ନନ୍ଦନକାନନ ପ୍ରାଣୀଉଦ୍ଯାନରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ମିଳିବ ଅନଲାଇନ୍ ଟିକେଟ
ଦିନ କେଇଟା ପରେ ନୂଆବର୍ଷ । ଆଉ ଦୁଇ ଦିନ ପରେ କ୍ରିସମାସ । ଲୋକେ ପାଳିବେ ବଡ଼ଦିନ । ଅନ୍ୟଦିନ ତୁଳନାରେ ଉକ୍ତ ଦିନଗୁଡ଼ିକରେ ପର୍ଯ୍ୟଟକଙ୍କ ଗହଳି ଅଧୂକ ରହିବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ଏହାର ପାର୍ଶ୍ଵରେ ଥିବା ରାଜ୍ୟ ଉଭିଦଉଦ୍ୟାନରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।
ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟକ ଉଭୟ ଉଦ୍ୟାନ ବୁଲିବାକୁ ଆସନ୍ତି। ପର୍ଯ୍ୟଟକ ରୋପୱେର ମଜା ନେଇଥାନ୍ତି । ଏଥିସହ ବସ୍ରେ ବସି ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି। ସେହିପରି ବ୍ୟାଟେରିଚାଳିତ ଗାଡ଼ିରେ ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜି, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖୁଥାନ୍ତି।

ପର୍ଯ୍ୟଟକଙ୍କ ଭିଡ଼ ନିଯନ୍ତ୍ରଣ ପାଇଁ ସଞ୍ଚାର( ଅନଲାଇନ) ହ୍ଵାଟ୍ସଆପ୍ରେ ଟିକଟ ସଂଗ୍ରହ କରିବାକୁ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟକ ଯେପରି ସୁରକ୍ଷିତ ଭାବେ ଉଭୟ ଉଦ୍ୟାନ ଭ୍ରମଣ କରିବେ ତା' ଉପରେ ଗୁରୁତ୍ଵ ଦିଆଯିବ ବୋଲି ଶ୍ରୀ ନାରାୟଣ କହିଛନ୍ତି ।
ନନ୍ଦନକାନନରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦୦ଟଙ୍କା ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫୦ଟଙ୍କା, ୩ରୁ ୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା ରହିଛି। ଷ୍ଟିଲ ଓ ଡିଜିଟାଲ କ୍ୟାମେରା ନେବାଲାଗି କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ବଡ଼ କ୍ୟାମେରା ପାଇଁ ୧୦୦, ଭିଡିଓ ସୁଟିଂ ପାଇଁ ୫୦୦ ଓ ଚଳଚ୍ଚିତ୍ର ସୁଟିଂ ପାଇଁ ୪ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି।
ସଫାରୀ ଯିବାକୁ ହେଲେ ଜଣଙ୍କ ପିଛା ୭୦ଟଙ୍କା ଓ ଏସି ବସ୍ରେ ଗଲେ ଜଣଙ୍କ ପିଛା ୧୧୦ଟଙ୍କା, ବ୍ୟାଟେରୀଚାଳିତ ଗାଡ଼ିରେ ବୁଲିଲେ ୮୦ଟଙ୍କା ଓ ରୋପୱେ ପାଇଁ ୧୨୦ଟଙ୍କା ଓ ୩ରୁ ୧୨ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୭୪ଟଙ୍କା, ସ୍କୁଲ ପିଲାଙ୍କ ପାଇଁ ୬୩ଟଙ୍କା ଦେବାକୁ ପଡ଼ିଥାଏ। ମାଛଘର ପାଦଚଲା ବିହଙ୍ଗସାରଣୀ ବୁଲିବାକୁ ଗଲେ ଦେୟ ଦେବାକୁ ପଡ଼ିନଥାଏ। ପଲିଥୁନ ବଦଳରେ କାଗଜ ଠୁଙ୍ଗା, ବ୍ୟାଗ୍ ବ୍ୟବହାର କରିବାକୁ ସଚେତନ କରାଯାଉଛି । କାଗଜ ବ୍ୟାଗ୍ ପାଇଁ ୫ଟଙ୍କା ଓ ବଡ଼ବ୍ୟାଗ ପାଇଁ ୮ଟଙ୍କା, କପଡ଼ା ବ୍ୟାଗ ପାଇଁ ୧୦ଟଙ୍କା ରହିଛି। ପ୍ଲାଷ୍ଟିକ ପାନୀୟଜଳ ବୋତଲ ନେବା ପାଇଁ ୫୦ଟଙ୍କା ରହିଛି। ପରେ ଷ୍ଟିକରିଂ ଠିପି ଫେରସ୍ତ କଲେ ଜମା ରାଶି ଫେରସ୍ତ ମିଳୁଛି।












Click it and Unblock the Notifications