Get Updates
Get notified of breaking news, exclusive insights, and must-see stories!

ଓଡିଶାର ଏହି ଗାଁରେ ହୁଏନି ନୂଆବର୍ଷ ସେଲିବ୍ରେସନ: ୩୮ ବର୍ଷ ତଳେ ଘଟିଥିଲା...

ବିଦାୟ ନେବ ବର୍ଷ ୨୦୨୪ । ସେଲିବ୍ରେଟ ହେବ ଜିରୋ ନାଇଟ ।ସକାଳର ନବ ସୂର୍ଯ୍ୟୋଦୟ ସହ ଆରମ୍ଭ ହେବ ବର୍ଷ ୨୦୨୫ । ସାରା ବିଶ୍ୱରେ ପାଳନ ହେବ ନବବର୍ଷ । ଗୀତ, ନାଚର ଆସର ଜମିବ ଓ ଝୁମିବେ ଲୋକେ । ତାହାସହ ପାଦ ଦେବ ନବବର୍ଷ ୨୦୨୫ ।

ବିଶ୍ୱର କିରିବତୀ ଆଇଲ୍ଯାଣ୍ଡରେ ଏହା ପ୍ରଥମେ ପାଳନ କରାଯିବ । ପରେ ଦେଶ ବିଦେଶରେ ଏହା ପାଳନ ହେବ । ଏହିକ୍ରମରେ ଓଡିଶାରେ ମଧ୍ଯ ନବବର୍ଷକୁ ଧୂମଧାମରେ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କଲେଣି । ହେଲେ ରାଜ୍ୟର କିଛି ଏମିତି ସ୍ଥାନ ରହିଛି, ଯେଉଁଠି ନୂଆବର୍ଷା ଆସିଲେ ଲୁମଟାଙ୍କୁରୀ ଉଠେ, ଆଖି ଭରିଯାଏ । ଆଉ ମନେପଡିଯାଏ ସେଦିନର ସେ କରାଳ ଦିନ । ଯାହାକୁ ଆଜି ବି ଭୁଲି ନାହାନ୍ତି ଗାଁ ଲୋକେ । ଆଉ ସେବେଠୁ ପ୍ରାୟ ୩୮ ବର୍ଷ ହେବ ପାଳିନାହାନ୍ତି ନୂଆବର୍ଷ ।

ଆମେ କହୁଛୁ, ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟରେ ଥିବା ନୀଳଗିରି ସହରଠୁ ଅଳ୍ପଦୂରରେ ରହିଛି ଧୋବଶିଳା ଗାଁ। କୋମଳ ହୃଦୟ ଭରା ଏ ଗାଁର ପ୍ରତ୍ୟକ ଲୋକଙ୍କ ଘରେ ୩୮ ବର୍ଷ ପୂର୍ବେ ପଡିଯାଇଥିଲା ଦୁଃଖର ପାହାଡ । ସେଦିନ ଥିଲା ୧୯୮୬ ମସିହା ଜାନୁଆରୀ ୧ ତାରିଖ । ନୂଆବର୍ଷ ପାଳିବାକୁ ଡିସେମ୍ବର ୩୧ ରାତିରେ ଗାଁ ଲୋକେ ବସରେ ହ୍ରଦଗଡ଼ ପିକନିକ୍ ମନାଇବାକୁ ଯାଇଥିଲେ। ହେଲେ ଦୁଃଖର ବିଡମ୍ବନା ପିକନିକ୍ ସାରି ଫେରିବା ସମୟରେ ଗଣ୍ଡିବେଡ଼ ନିକଟରେ ନଈକୁ ଖସିପଡିଥିଲା ବସ୍। ଫଳରେ ଉଜୁଡିଯାଇଥିଲା ଅନେକ ଲୋକଙ୍କ ପରିବାର । ଭାଙ୍ଗିଯାଇଥିଲା ନୂତନ ବର୍ଷର ନୂଆ ଅଭିଳାଷା । କେହି କିଛି ନ ବୁଝିବା ପୂର୍ବରୁ ସବୁକିଛି ହୋଇଯାଇଥିଲା ଚୂରମାର୍ ।

New Year celebration

ବସଟି ଗଣ୍ଡିବେଡ ନିକଟରେ ନଈକୁ ଖସିପଡିଥିଲା । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ । ଆଉ ସେହିଦିନ ଠାରୁ ଯେମିତି ନୂଆ ବର୍ଷ ଆସିଲେ ଗାଁ ମୁଣ୍ଡରେ ତାଟି ପଡିଯାଏ । ନା କେହି ବାହାରକୁ ବଣଭୋଜି ପାଇଁ ଯାଆନ୍ତି, ନା ଗାଁରେ ହୁଏ କୌଣସି ସେଲିବ୍ରେସନ୍ ।

ଖାଲି ସେତିକି ନୁହେଁ ମୃତକଙ୍କ ସ୍ମୃତିରେ ଗାଁ ମୁଣ୍ଡରେ ସ୍ମୃତିପୀଠ ବି ନିର୍ମାଣ କରାଯାଇଛି । ଆଉ ପ୍ରତିବର୍ଷ ନୂଆ ବର୍ଷ ଆସିଲେ ସେହିଠାରେ ହିଁ ପୂଜାର୍ଚ୍ଚନା କରନ୍ତି ଗ୍ରାଁ ଲୋକେ । ଆଉ ସେମାନଙ୍କ ସ୍ମୃତିରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ କରନ୍ତି । ଆଉ ସମୁଠୁ ବଡ କଥା ହେଉଛି ସେଦିନର ସେ ଘଟଣା ଏବେବି ସମସ୍ତଙ୍କ ହୃଦୟରେ କ୍ଷେତ ହୋଇ ରହିଯାଇଛି । ଆଜିର ପିଢି ବି ସେ କଥାକୁ ସମ୍ମାନ ଜଣାନ୍ତି । ଆଉ ସେମାନେ ମଧ୍ୟ ଏହିଦିନ ଗାଁ ବାହାରକୁ ନଯିବା, କୌଣସି ଭୋଜି ନକରିବାକୁ ଠିକ୍ ବୋଲି ମନେକରନ୍ତି । ଯାହା ସବୁଦିନ ପାଇଁ ସେମାନଙ୍କ ଓଠରୁ ଛଡାଇ ନେଇଛି ନୂଆବର୍ଷ ଖୁସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+