ନନ୍ଦନକାନନକୁ ଆସିଲେ ନୂଆ ଅତିଥିଲି, ଜନ୍ମ ହେଲେ ୭ ହଳଦିଆ ଆନାକୋଣ୍ଡ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ସାରଣୀରେ ରବିବାର ହଳଦିଆ ଆନାକୋଣ୍ଡା ୭ଟି ଛୁଆ ଜନ୍ମ ଦେଇଛି। ୨୦୧୯ ଅକ୍ଟୋବର ୨୨ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା। ୨୦୨୨ ଜୁଲାଇରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।

Nandankanan

୨୦୨୨ ଜୁଲାଇ ୬ରେ ଗୋଟିଏ ଛୁଆ ଏବଂ ଜୁଲାଇ ୮ରେ ଆଉ ୮ଟି ଛୁଆ ଜନ୍ମ ହୋଇଥିଲେ। ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨ଟି ବୟସ୍କ ପୁରୁଷ, ୨ଟି ବୟସ୍କ ମାଈ ଏବଂ ୧୦ଟି ଛୋଟ ହଳଦିଆ ଆନାକୋଣ୍ଡା ଅଛନ୍ତି। ଶୀଘ୍ର ଆଉ ଗୋଟିଏ ମାଈ ଆନାକୋଣ୍ଡା ପ୍ରସବ କରିବାର ଆଶା କରାଯାଉଛି। ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନା ପକ୍ଷରୁ କରାଯାଉଥିବା ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+