ନବ ଦାସ ହତ୍ୟାକାଣ୍ଡ ମାମଲାରେ ନୂଆମୋଡ; ମେଡିକାଲର ଓପିଡି ଟିକେଟ୍ ବଢ଼ାଇଲା ସନ୍ଦେହ
ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ନୂଆମୋଡ। ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ସନ୍ଦେହ ବଢ଼ାଇଛି। ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ସମୟ ବେଳର ଏହି ଟିକେଟ୍ର ନକଲ ହସ୍ତଗତ ହୋଇଛି । ଆଉ ଏହି ମାମଲାରେ ଏବେ ନୂଆମୋଡ଼।
ନବ ଦାସଙ୍କୁ ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍କୁ ନେବା ପରେ ସେଠାରେ କ'ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍ରେ କିଛି ବି ଉଲ୍ଲେଖ କରାଯାଇନାହିଁ ।

ଏହି ମାମଲାରେ ପଲିଗ୍ରାଫ୍ ସମୟରେ ଅଭିଯୁକ୍ତ ଗୋପାଳକୁ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ ୧୩ଟି ପ୍ରଶ୍ନର ଉତ୍ତର ହଁ କହିଥିବା ବେଳେ ବାକି ୧୩ ପ୍ରଶ୍ନର ଉତ୍ତର ଥିଲା 'ନା' ।
ସୂଚନାଥାଉ କି, ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ମେ' 26 ରେ ମାମଲାର ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ।












Click it and Unblock the Notifications