ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା

ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ଆସନ୍ତା ଅକ୍ଟୋବର ପହିଲାରୁ ୫ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ପ୍ରାୟ ୧୫ରୁ ଅଧିକ ରୁଟ୍‌ରେ ପାଇଁ ଭାରୀଯାନ ଯାତାୟାତ ଉପରେ କଟକଣା ଜାରି କରାଯ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ଆସନ୍ତା ଅକ୍ଟୋବର ପହିଲାରୁ ୫ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ପ୍ରାୟ ୧୫ରୁ ଅଧିକ ରୁଟ୍‌ରେ ପାଇଁ ଭାରୀଯାନ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ ।

Traffic Rule

ମାର୍ଗଦର୍ଶିକା ଅନୁସାରେ, ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା ଅର୍ଥାତ୍ ଜାଗମରା ଛକ ଓ ଗଣ୍ଡମୁଣ୍ଡା ଛକ, ଫାୟାର ଟ୍ରେନିଂ ସ୍କୁଲ୍ ଛକ ଠାରୁ ଶିଶୁଭବନ ଛକ, ପାଇକନଗର, ଶିରିପୁର ଛକ, ଗଙ୍ଗନଗର ଛକରେ, ଜୟଦେବ ବିହାର ଛକଠାରୁ ରାଜଭବନ ଛକ, ବେହେରା ସାହି ଛକ ଓ ଶାସ୍ତ୍ରୀ ନଗର ଛକ, ନନ୍ଦନକାନନ ଛକଠାରୁ ଜୟଦେବ ବିହାର ଛକ, ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ ନ୍ୟୁ ଏୟାରପୋର୍ଟ ଛକ, ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ ଓ ଏଜି ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ, ସୈନିକ ସ୍କୁଲ ଛକ, ବାଣୀବିହାର ଛକଠାରୁ ଶିଶୁଭବନ ଛକ, ରୂପାଲି ଛକ, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ ଛକ, ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ, ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ, ସାମନ୍ତରାପୁର ଛକ ଏବଂ ୧୬ନମ୍ବର ଜାତୀୟ ରାଜପଥର ବରମୁଣ୍ଡା ଠାରୁ ପଳାସୁଣି ପର୍ଯ୍ୟନ୍ତ ଥିବା ସର୍ଭିସ୍ ରୋଡ୍‌ରେ ଭାରୀ ଯାନ ଗଡ଼ିବ ନାହିଁ।

ସେହିଭଳି ଭାରୀ ଯାନ ସମେତ ଅନ୍ୟାନ୍ୟ ଗାଡ଼ି ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ କଟକଣା ରହିଛି। ଜୟଦେବ ବିହାର ସର୍ଭିସ ରୋଡ୍‌ରୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଅଣ୍ଡରପାସ୍ ଦେଇ ଯିବା ପରିବର୍ତ୍ତେ ସିଆର୍‌ପି ଦେଇ ଯିବେ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଯିବାକୁ ଥିବା ଭାରୀ ଯାନ ଗୁଡ଼ିକ ପିତାପଲ୍ଲୀ ଠାରୁ ବାମ ପାର୍ଶ୍ବ ରାସ୍ତାରେ ଯିବେ। ସେହି ଗାଡ଼ି ଗୁଡ଼ିକ ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଦେଇ ଯିବେ। ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାରରୁ ବାମ ପାର୍ଶ୍ବ ଦେଇ ବେହେରା ସାହି, ଶାସ୍ତ୍ରୀନଗର, ପାଵାର ହାଉସ୍, ୟୁନିଟ୍-୮ ଡିଏଭି ଦେଇ ସିଆର୍‌ପି ଛକ ଦେଇ ଯାଇପାରିବେ। ସେହିଭଳି ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଲିଙ୍ଗିପୁର ଛକ ଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ସୁର କମ୍ପାନି, ଗଙ୍ଗନଗର ଓ ଫାୟାର ଟ୍ରେନିଂ ସ୍କୁଲ୍ ଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ଯିବେ। ସେହିଭଳି ବରମୁଣ୍ଡାରୁ ପୁରୀ ଯିବାକୁ ଥିବା ଗାଡ଼ି ଗୁଡ଼ିକ ସମାନ ରୁଟ୍‌ରେ ଯିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+