ପୁରୀ ଏସପି ଦାୟିତ୍ୱ ନେଲେ କନଓ୍ୱର ସିଂ : 'ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିବ'
ଆଜି ପୁରୀର ନୂଆ ଏସପି ଭାବରେ ଦାୟିତ୍ୱ ନେଇଛନ୍ତି କନଓ୍ୱର ବିଶାଲ ସିଂ
ପୁରୀ : ଆଜି ପୁରୀର ନୂଆ ଏସପି ଭାବରେ ଦାୟିତ୍ୱ ନେଇଛନ୍ତି କନଓ୍ୱର ବିଶାଲ ସିଂ । ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିବ । ଅପରାଧୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁରୀ ହାଜତ ମୃତ୍ୟୁ ମାମଲାରେ ସେ କହିଛନ୍ତି ପିପିଲି ଥାନାରେ ଅଭିଯୁକ୍ତ ଅସୁସ୍ଥ ହେବା ଘଟଣାରେ ମଧ୍ୟ କେନ୍ଦ୍ରାଞ୍ଚଳ ଡିଆଇଜି ତଦନ୍ତ କରୁଛନ୍ତି ।

ଖୁବଶୀଘ୍ର ଏହାର ବିଚାରବିଭାଗୀୟ ତଦନ୍ତ ହେବ । ଏଠାରେ ସୂଚନାଥାଉକି, ପୁରୀ ହାଜର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପୁରୀର ଏସପି ଥିବା ଅଖିଳେଶ୍ୱର ସିଂଙ୍କୁ ବଦଳି କରିଥିଲେ । ଏଥିସହ ପୁଲିସ ମହାନିର୍ଦ୍ଦେଶକ ବାଶେଳୀସାହି ଥାନାର ସବଇନସ୍ପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଥିଲେ ।












Click it and Unblock the Notifications