For Quick Alerts
Turn On Notification  
For Daily Alerts
Oneindia App Download

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର : ପଢନ୍ତୁ ବିଦେଶରୁ ଫେରିଲେ କ'ଣ କରିବେ ?

ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର ।

|

ଭୁବନେଶ୍ୱର : ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର । ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଏଠାରେ କହି ରଖୁଛୁ କି ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେଇଛି । ଫଳରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦର

ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗନ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି । ଲକ୍ଷଣ ଥିବା 55 ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ପରୀକ୍ଷା ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟ ଗଣମାଧ୍ୟମକୁ କହିଛନ୍ତି ।
ଏଠାରେ କହି ରଖୁଛୁ କି ବର୍ତ୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତିୟ ବିମାନ ସେବା ବନ୍ଦ ରହିଛି । ପ୍ରତ୍ୟେକ ଦିନ ପ୍ରାୟ 27ଟି ବିମାନ ଆସୁଛି ଓ 27ଟି ବିମାନ ଭୁବନେଶ୍ୱରରୁ ବିଭିନ୍ନ ରାଜ୍ୟକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New SOP Guideline For Passenger in Bhubaneswar Airport
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X