Get Updates
Get notified of breaking news, exclusive insights, and must-see stories!

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର : ପଢନ୍ତୁ ବିଦେଶରୁ ଫେରିଲେ କ'ଣ କରିବେ ?

ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର ।

ଭୁବନେଶ୍ୱର : ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର । ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଏଠାରେ କହି ରଖୁଛୁ କି ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେଇଛି । ଫଳରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦର

ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗନ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି । ଲକ୍ଷଣ ଥିବା 55 ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ପରୀକ୍ଷା ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟ ଗଣମାଧ୍ୟମକୁ କହିଛନ୍ତି ।
ଏଠାରେ କହି ରଖୁଛୁ କି ବର୍ତ୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତିୟ ବିମାନ ସେବା ବନ୍ଦ ରହିଛି । ପ୍ରତ୍ୟେକ ଦିନ ପ୍ରାୟ 27ଟି ବିମାନ ଆସୁଛି ଓ 27ଟି ବିମାନ ଭୁବନେଶ୍ୱରରୁ ବିଭିନ୍ନ ରାଜ୍ୟକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+