ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ନୂଆ ଏସଓପି: ଜାଣନ୍ତୁ, କଣ ରହିଛି ନୂଆ ଗାଇଡଲାଇନ୍ ?
କରୋନା ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍ଓପି ଜାରି ହୋଇଛି। ନୂଆ ଏସ୍ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ।
ପୁରୀ: କରୋନା ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍ଓପି ଜାରି ହୋଇଛି। ନୂଆ ଏସ୍ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ଖୋଲା ରହିବ । କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।

ସେହିପରି ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ଯଥା ବନକଲାଗି ଓ ପଇତାଲାଗି ନୀତି ଥିଲେ ଜୟ ବିଜୟ ଦ୍ୱାରା ଓ ବେହରଣ ଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ୨୦୨୨ ଜାନୁଆରି ୧୩ ତାରିଖ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋନ ପାଇଁ ନୀତିନିର୍ଘଣ୍ଟ ହୋଇଥିଲା। ସେହିପରି ନୂଆବର୍ଷର ୧୪ ତାରିଖରେ ମକରସଂକ୍ରାନ୍ତି ଓ ୧୭ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ପାଇଁ ନୀତିନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା।












Click it and Unblock the Notifications