ମନୋରଞ୍ଜନ କାର୍ଯ୍ୟକଳାପରେ ନିୟୋଜିତ ଶିଶୁଙ୍କ ପାଇଁ ନୂଆ ନିୟମ ଲାଗୁ

ଆଉ କରିପାରିବ ନାହିଁ ଏମିତି ଭୁଲ । ମନୋରଞ୍ଜନ ଶିଳ୍ପ ତଥା ବାଣିଜ୍ୟିକ ମନୋରଞ୍ଜନ କାର୍ଯ୍ୟକଳାପରେ ନିୟୋଜିତ ଶିଶୁଙ୍କ ପାଇଁ ନୂଆ ନିୟମ ଲାଗୁ। ବିଶେଷ କରି ଟେଲିଭିଜନ, ସିନେମା, ଯାତ୍ରା, ଲାଇଭ ପ୍ରେକ୍ଷାଳୟରେ ଶିଶୁ କଳାକାରଙ୍କ ଶୋଷଣ ଉପରେ ଲାଗିଲା ରୋକ୍।

State Child Rights Commission

ଶିଶୁ ଏବଂ କିଶୋର କିଶୋରୀମାନଙ୍କୁ ଆକର୍ଷିତ କରିବାର ଘଟଣା ଘଟୁଥିବା ଦର୍ଶାଇ ନୂଆ ନିୟମ ଲାଗୁ କଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ। ଏନେଇ ଏକ ଗାଇଡ଼ଲାଇନ ଜାରି କରିବା ସହ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରିଛନ୍ତି ଆୟୋଗର ଆଧ୍ୟକ୍ଷ ମନ୍ଦାକିନୀ କର।

ନୂଆ ଅଧିନିୟମ ଏବଂ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ଲାଗିବ ରୋକ୍। ଶିଶୁ ଏବଂ କିଶୋର ଶ୍ରମ ଅଧିନିୟମ (ନିଷେଧାଦେଶ ଏବଂ ନିୟମାବଳୀ) ଅନୁଯାୟୀ ଶିଶୁମାନଙ୍କୁ ଯୌନ ଅପରାଧରୁ ରକ୍ଷା ତଥା ସେମାନଙ୍କ ସୁରକ୍ଷା ନିରାପତ୍ତା ଓ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ନିୟମ ଅନୁଯାୟୀ ଯେକୌଣସି ଟିଭି ତଥା ଚଳଚ୍ଚିତ୍ର ନିର୍ମାତା ବା ଯାତ୍ରା ପାର୍ଟିର ମାଲିକ ଆବଶ୍ୟକ କରୁଥିବା ଶିଶୁ କଳାକାରଙ୍କ ପାଇଁ ପ୍ରଥମେ ସେହି ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବା ଆବଶ୍ୟକ ଯେଉଁଠାରେ ସେମାନେ ନିଶ୍ଚିତ ଭାବରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଫର୍ମ ସି (ଶିଶୁ ଶ୍ରମ (ନିଷେଧ ଏବଂ ନିୟମାବଳୀ)

ସଂଶୋଧନ ନିୟମ, ୨୦୧୭ ଅନୁଯାୟୀ, ଶିଶୁ ଅଂଶଗ୍ରହଣକାରୀଙ୍କ ତାଲିକା, ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମତି ଏବଂ ଶିଶୁର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ନାମ ପ୍ରଦାନ କରିବା ଆବଶ୍ୟକ। ଏହା ସହ ସୁରକ୍ଷା ଏବଂ ନିରାପତ୍ତା (ଶିଶୁ ଏବଂ କିଶୋର ଶ୍ରମ ଆଇନର ଧାରା ୧୭ଏ, ୧୯୮୬) ଏବଂ ଶିଶୁ ଏବଂ କିଶୋର ଶ୍ରମ ନିୟମର ନିୟମ ୨ସି, ୨୦୧୭) ଫର୍ମ ଦେବା ଜରୁରୀ। ଲାଇଭ୍ ସୋ ପାଇଁ, ନିଶ୍ଚିତ ଭାବରେ ଏକ ଘୋଷଣା ହେବା ଆବଶ୍ୟକ ଯେ ପ୍ରଦର୍ଶନ କିମ୍ବା ସୁଟିଂ ସମୟରେ କୌଣସି ଶିଶୁର ଅତ୍ୟାଚାର, ଅବହେଳା କିମ୍ବା ଶୋଷଣ ନହେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+