ଆସନ୍ତା ୧୧ରେ ନୂଆଁଖାଇ: ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ
ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି ।
ସମ୍ୱଲପୁର: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ ।

ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଏହାକୁ ପଶ୍ଚିମ ଓଡ଼ିଶାବାସୀ ଭକ୍ଷଣ କରିଥାନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ କରାଯାଇଛି ।
ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ୧୧ତାରିଖରେ ଦିନ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ନବାନ୍ନ ଲାଗି ହେବ । ବର୍ଷର ନୂଆ ଫସଲକୁ ଇଷ୍ଟ ଦେବ, ଦେବୀଙ୍କୁ ସମର୍ପଣ କରିବାର ପାରମ୍ପରିକ ପର୍ବ ହେଉଛି ନୂଆଁଖାଇ । ନୂଆ ପୋଷାକ ପିନ୍ଧି ପରିବାରର ସମସ୍ତେ ଏକାଠି ବସି ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ସମସ୍ତେ ନୂଆଁଖାଇ ପର୍ବ ପାଳନ କରନ୍ତି ।












Click it and Unblock the Notifications