ଅଘଟଣ ପରେ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗୁ ହେଲା ନୂଆ କଟକଣା

ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳଚଳକୁ ବାରଣ କରାଯାଇଛି । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲାପାଳ । ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ ।

Chilika

କହିରଖୁଛୁକି, ବର୍ତ୍ତମାନ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଛି । ଫଳରେ ୫୦ ମିଟର ଦୂରକୁ ଦେଖିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଗୁରୁବାର ଦିନ ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ଭିତରକୁ ଖସି ପଡ଼ି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏହି ଘଟଣା ପରେ ଆଜି ପୁରୀ ଜିଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+