ମେଡିସିନ୍ କିଣା ଉପରେ ଲାଗିଲା କଟକଣା, ରାଜ୍ୟ ବାହାରୁ ଆଣି ପାରିବେ ନାହିଁ ଔଷଧ
ମେଡିସିନ୍ କିଣା ଉପରେ ଲାଗିଲା କଟକଣା, ରାଜ୍ୟ ବାହାରୁ ଆଣି ପାରିବେ ନାହିଁ ଔଷଧ
ଭୁବନେଶ୍ୱର: ମେଡିସିନ୍ କିଣା ଉପରେ ଲାଗିଲା କଟକଣା । କଠୋର ହୋଇଛି ଓଡ଼ିଶା କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ୍ । କଟକରେ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିବା ପରେ କଡା କଡି କରାଯାଇଛି ନିୟମ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା । ଏଣିକି ରାଜ୍ୟ ବାହରୁ ନିଜ ତରଫରୁ ଔଷଧ ଆଣି ପାରିବେ ନାହିଁ ଦୋକାନୀ । ସି ଆଣ୍ତ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ଔଷଧ ଦୋକାନୀ ବାହାର ରାଜ୍ୟରୁ କିଣିପାରିବେନି ଔଷଧ । ଅନ୍ୟ ଫାର୍ମରୁ ଔଷଧ କିଣିଲେ ବହିଷ୍କାର କରିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।













Click it and Unblock the Notifications