ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ
IAS ସୁଜାତା କାର୍ତ୍ତିକେୟନ୍ଙ୍କୁ ଅତିରିକ୍ତ ଦାୟିତ୍ୱ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା ରାଉତଙ୍କୁ ପୁଣି ନୂଆ ଦାୟିତ୍ଵ ମିଳିଛି । ଏବେ ପୁଣି କାର୍ତ୍ତିକେୟନ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ ।
ସୁଜାତା ରାଉତ୍ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତିର ମଙ୍ଗ ଧରି ଶୀର୍ଷକୁ ନେଇ ପାରିଛନ୍ତି । ଘର କୋଣରେ ଆବଦ୍ଧ ମହିଳା ବିଦେଶ ମାଟିରେ ନିଜର ଚମକ ଦେଖାଇ ପାରୁଥିବା ବେଳେ ଏଥିରେ ସୁଜାତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି ।
ତାଙ୍କର ଭିଜନ ପାଇଁ ରାଜ୍ୟର ପ୍ରତିଟି ଅପହଞ୍ଚ ଇଲାକାର ମହିଳା ଏବେ ଆତ୍ମନିର୍ଭର । ତାଙ୍କର ବଳିଷ୍ଠ ନେତୃତ୍ବରେ ମିଶନ ଶକ୍ତି ଆଜି ସାରା ଦେଶରେ ବଡ ସଫଳତା ହାସଲ କରିଛି । ଓଡିଶାର ମହାନ ସଂସ୍କୃତି ଓ ଐତିହ୍ୟ ବିଶ୍ବ ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସୁଜାତା ଏହି ଦିଗରେ ଆହୁରି ସଫଳତା ହାସଲ କରିପାରିବେ ।

୨୦୦୦ ବ୍ୟାଚର ଓଡ଼ିଆ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ତାଙ୍କର ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇ ସାରିଛନ୍ତି । ରାଜ୍ୟର ଅପହଞ୍ଚ ଇଲାକା ଭାବେ ପୂର୍ବରୁ ପରିଚିତ ଚିତ୍ରକୋଣ୍ଡାକୁ ସେତୁ ନିର୍ମାଣ ଆଗରୁ ଏସ୍ଏଚଜିକୁ ସଶକ୍ତ କରିଥିବା ସୁଜାତା ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏଥିରେ ସାମିଲ କରି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ସୁଜାତାଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏହି ବିଭାଗ ବି ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି । ଆଉ ବର୍ତ୍ତମାନ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ଏବଂ ସଂସ୍କୃତି ମଧ୍ଯ ଏକ ନୂତନ ଶିଖର ଛୁଇଁବ ବୋଲି ସବୁ ମହଲରେ ଆଶା ସଞ୍ଚାର ହେଲାଣି । ଏହି ଦାୟୀତ୍ୱ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳୁଛି ।












Click it and Unblock the Notifications