ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର, ଆଇନ ମନ୍ତ୍ରୀ

ଶ୍ରୀଜିଉ ପିନ୍ଧିବେ ନୂଆ ଅଳଙ୍କାର । ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ରତ୍ନଭଣ୍ଡାରରେ କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବ ନାହିଁ । ସରକାର ଏ ନେଇ ବ୍ୟବସ୍ଥା କରିବେ । ଭକ୍ତମାନଙ୍କୁ ବି ସ୍ଵର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । ଶ୍ରୀପୟରର କିଛି ଅଂଶ ଦବି ଯାଇଛି ବୋଲି ସେବାୟତ କହୁଛନ୍ତି । କିଛି ଅଳଙ୍କାର ପତଳା ହୋଇଗଲାଣି, କିଛି ଅଳଙ୍କାର ଦବିଗଲାଣି ବୋଲି ସେବାୟତ ଜଣାଇଛନ୍ତି । ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟେ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା । ଠାକୁରଙ୍କ ଇଚ୍ଛା ଥିଲେ ନୂଆ ଅଳଙ୍କାର ହୋଇପାରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଅନେକ ଦିନ ହେଲାଣି ଠାକୁରଙ୍କ ଅଳଙ୍କାର ତିଆରି କରିବାକୁ ଦାବି ହୋଇଥିଲା । ଆଉ ସେହି ଦାବିକୁ ସରକାର ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।

Law Minister

ସେପଟେ, ଚଳିତ ରଥଯାତ୍ରାରେ ଯେଭଳି ବିଶୃଙ୍ଖଳା ଦେଖାଗଲା ଓ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ରାଜ୍ୟ ସରକାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସମାଲୋଚନାର ଶିକାର ହୋଇଛନ୍ତି । ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ ସରକାର । ହେଲେ ଆଉ ଏହା ଉପରେ ସରକାର ରିସ୍କ ନେବାକୁ ଚାହୁନାହାନ୍ତି । ଆସନ୍ତା ବର୍ଷଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ଏବଂ ପାଖାପାଖି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ପୂର୍ତ୍ତ ତଥା ଆଇନ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୂପରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ସମ୍ପ୍ରସାରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+