ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ହେବ ଶପଥ ଗ୍ରହଣ ସମାରୋହ !
New Odisha CM Swearing-In Ceremony: ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ । ଜୁନ୍ ୧୦ ତାରିଖ ପରିବର୍ତ୍ତେ ଜୁନ୍ ୧୨ ତାରିଖରେ ହେବ ଶପଥ ସମାରୋହ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୨ ତାରିଖ ସଂନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ ।
ପୂର୍ବରୁ ଜୁନ୍ ୧୦ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ ଶେଷ ମୂହୁର୍ତ୍ତରେ ପୁଣି ତାରିଖ ବଦଳାଯାଇଛି ଯାହାକୁ ଚର୍ଚ୍ଚା ଜୋର ଧରିଛି । ତେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ଲାଗି ରହିଛି ସସପେନ୍ସ ।

ନାଁ ସ୍ଥିର ହୋଇନାହିଁ ହେଲେ ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ତାଙ୍କ, ସୁରେଶ ପୂଜାରୀଙ୍କ ନାଁ ରହିଛି ମୁଖ୍ୟମନ୍ତ୍ରୀ ରେଶରେ ।
ଅନ୍ୟପକ୍ଷରେ ଆଜି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଯେଉଁଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଖବର ରହିଛି ଯେ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମଙ୍କୁ ପିଏଓରୁ କଲ୍ ଆସିଛି । ଏହି ନେତା ମାନଙ୍କୁ ମୋଦିଙ୍କ କ୍ୟାବିନେଟରେ କୌଣସି ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।












Click it and Unblock the Notifications