କୋରାପୁଟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନୂଆ ଗତି, ଉଦଘାଟ ହେଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍ଡିଂ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ କୋଠାର ଉଦଘାଟନ କରିଛନ୍ତି। ଏହା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବଡ଼ ପଦକ୍ଷେପ।

ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାରେ ବଡ଼ ସହାୟକ ହେବ। ବର୍ତ୍ତମାନ ହସ୍ପିଟାଲରେ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ବେଡ୍ ଅଭାବ ହେତୁ ଅନେକ ରୋଗୀ ବ୍ରହ୍ମପୁର, ଭୁବନେଶ୍ୱର, କଟକ କିମ୍ବା ବିଶାଖାପାଟଣା ଯାଉଛନ୍ତି।
ନୂଆ କୋଠା ଯୋଗୁଁ ସ୍ଥାନୀୟ ସ୍ତରରେ ଉନ୍ନତ ଚିକିତ୍ସା ମିଳିପାରିବ। ସ୍ଥାନୀୟ ଲୋକେ ଆଶା କରୁଛନ୍ତି, ଏହା ସହ ଅଧିକ ଡାକ୍ତର ନିଯୁକ୍ତି ହେବ। ଦୀର୍ଘ ଦିନରୁ ଖାଲି ଥିବା ପଦବୀ ପୂରଣ ହେବ ଓ ସେବାରେ ଉନ୍ନତି ହେବ।
ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମାଝୀ କୋରାପୁଟ ସରକାରୀ କଲେଜ ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଓଡ଼ିଶା ସରକାରଙ୍କର ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ମଜବୁତ କରିବା ପାଇଁ ପ୍ରତିବଦ୍ଧତା ବିଷୟରେ କହିଛନ୍ତି।












Click it and Unblock the Notifications