ଝାରସୁଗୁଡା ଜିଲ୍ଲାର ୧୨ ସ୍ଥାନ ଘୋଷଣା ହେଲା ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍
ଝାରସୁଗୁଡା ଜିଲ୍ଲାର ୧୨ ସ୍ଥାନ ଘୋଷଣା ହେଲା ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍
ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ଫେରିଲା କମେଣ୍ଟମେଣ୍ଟ୍ ଜୋନ୍। ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଝାରସୁଗୁଡ଼ା ପୌର ପରିଷଦର ୮ଟି ଅଞ୍ଚଳ, କିରିିମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲ୍ଲାପାଳ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ତେବେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକ ହେଲା, ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, ମାଲୁଆପଡ଼ା, ନକ୍ସାପାଲି, ଓ କୂଟରାଚୂଆଁ। ସୂଚନାଯୋଗ୍ୟ ଯେ, ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ଚେକିଂକୁ ଜୋରଦାର କରାଯାଇଛି।












Click it and Unblock the Notifications