ପଣା ସଂକ୍ରାନ୍ତିରେ ଆସିଲା ନୂଆ ପାଞ୍ଜି: ଜାଣନ୍ତୁ, ଓଡିଆ ନୂଆବର୍ଷକୁ ନେଇ କଣ କହୁଛନ୍ତି ଜ୍ୟୋତିଷ ?
Pana Sankranti 2023: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜି ଓଡିଆ ନବବର୍ଷ । ଆଜିଠୁ ରାଜ୍ୟରେ ପ୍ରଚଳନ ହୋଇଛି ନୂଆ ପାଞ୍ଜି ।
ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଦୋଳ ବେଦୀରେ ବିରାଜିତ ଠାକୁରଙ୍କ ସମ୍ମୁଖରେ ନୂତନ ପାଞ୍ଜି ପୂଜା କରାଯାଇଛି । ତେବେ ପଞ୍ଜିକା ଅନୁଯାଇ, ଏବର୍ଷ ଭାରତ ତଥା ଓଡ଼ିଶାରେ ଏକମାତ୍ର ଚନ୍ଦ୍ରଗହଣ ଅକ୍ଟୋବର ୨୮ ଅଶ୍ୱୀନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ । ଏବର୍ଷ ଓଡ଼ିଶା ପାଇଁ ସୁଖ ସମୃଦ୍ଧିର ବର୍ଷ ହେବ ।

ସେହିପରି ଚଳିତ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବନି ବୋଲି ଜ୍ୟୋତିଷମାନେ ଗଣନା କରିଛନ୍ତି । ରାଜ୍ୟରେ କ୍ଷମତାସୀନ ଦଳ ବିଜେଡି ଏବଂ ଦେଶରେ କ୍ଷମତାଶୀନ ଦଳ ବିଜେପି ପୁଣି ସରକାର ଗଢିବ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ବର୍ତ୍ତମାନର ନେତୃତ୍ୱରେ ଏହି ବର୍ଷଟି ଉଭୟ ରାଜ୍ୟ ତଥା ଦେଶ ପାଇଁ ସବୁ ଦୃଷ୍ଟିରୁ ସାମଗ୍ରିକ ଭାବେ ଭଲ ରହିବ । ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ୱ ପାଇଁ ଆଣିପାରେ ମିଶ୍ରିତ ଫଳାଫଳ । ବିଶ୍ୱର ପଶ୍ଚିମ ଭାଗରେ ଶାନ୍ତି ବିରାଜମାନ ସହ ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା ରହିଛି। ବିଶ୍ୱସ୍ତରରେ ଉଚ୍ଚପଦସ୍ଥ ନେତୃତ୍ୱଙ୍କ ନିଧନ ହେବ।
ତେବେ ଭାରତ ପାଇଁ ବର୍ଷଟି ଅତି ଶୁଭଙ୍କର ହେବା ଅନୁମାନ କରାଯାଇଛି। ଭାରତର ଯିଏ ମୁଖିଆ ହେବେ, ତାଙ୍କୁ ସାରା ବିଶ୍ୱ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ବିଶ୍ୱ ଗ୍ରହଣ କରିବ। ତା' ଭିତରେ ଦେଶରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ମଧ୍ୟ ରହିଛି ।
ତେବେ ଚଳିତ ବର୍ଷ ଜୁନରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଝଡ଼, ଭୁକମ୍ପ, ଲଘୁଚାପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଗଣନା କରାଯାଇଛି । ବିଶ୍ୱରେ ଯୁଦ୍ଧର ବିଭିଶିକା ଆହୁରୀ ଭୟଙ୍କ ରୂପଧାରଣ କରିବ ବୋଲି କୁହାଯାଉଛି ।












Click it and Unblock the Notifications