ଭୁବନେଶ୍ୱରର ନୂଆ ଜୁଡିସିଆଲ କଂପଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ବର: ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ କୋର୍ଟ ପରିସର ଗୁରୁବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂଆ କୋର୍ଟ ପରିସରକୁ ଲୋକାର୍ପଣ କରିଛନ୍ତି। ସମାରୋହରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ନ୍ୟାୟ ପ୍ରାପ୍ତି ବ୍ୟକ୍ତିଙ୍କ ପାଇଁ ନ୍ୟାୟ ନ ପାଇବା ସହ ସମାନ। ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଛେଦ ପଡିବ ତାହାକୁ ପ୍ରାଥିମିକତା ଦେବାକୁ ସେ ଆଶାପୋଷଣ କରିଥିଲେ। ବିଚାରପତି ଓ ଆଇନଜୀବୀଙ୍କ ସହଯୋଗରେ ଏହାକୁ ବନ୍ଦ କରାଯାଇପାରିବ । ଏହା ଦ୍ବାରା ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିପାରିବ। ଦେଶର ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଲ୍ଡିଂରେ ୪ଟି କରିଡର ରହିଛି । ୬ ମହଲା ବିଶିଷ୍ଠ ମୁଖ୍ୟ ବିଲ୍ଡିଂରେ ୫୬ଟି ଅଦାଲତ ପ୍ରକୋଷ୍ଠ ସହ ରେକର୍ଡ ରୁମ୍‌, ପାଠାଗାର ଓ ସମ୍ମିଳନୀ କକ୍ଷ ନିର୍ମାଣ ହୋଇଛି । ତା ପାଖକୁ ଲାଗି ୪ ତାଲା କୋଠାରେ ଆଇନଜୀବୀ, ମୋହରିର୍‌ ଖାନା, ନୋଟାରୀମାନଙ୍କ ସ୍ୱତନ୍ତ୍ର କୋଠରୀ, ସଂଘ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖାଯାଇଛି । ଏହା ସହ କୋଠାରେ ପାଠାଗାର, ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ବେବି ଫିଡ୍‌ ରୁମ, ପିଲାଙ୍କ ଖେଳିବା ପାଇଁ ସ୍ୱତନ୍ତ୍ର ଜାଗା ରହିଛି । ବିଲ୍ଡିଂଟି ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ସେହିପରି ବୈଠକ ପାଇଁ ସ୍ୱତନ୍ତ୍ର କନଫରେନ୍ସ ରୁମ ମଧ୍ୟ ନିର୍ମାଣ କରାଯାଇଛି ।

New judicial complex inaugurated in Bhubaneswar

ଏହି ଅବସରରେ ବିଚାର ବିଭାଗୀୟ କୋଠାର ଗୋଟିଏ ମଡେଲ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହାସହିତ ବିଚାର ବିଭାଗୀୟ କୋଠାରେ କ'ଣ ସବୁ ସୁବିଧା ରହିଛି ତା'ର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ସଭାସ୍ଥଳ ସାମ୍ନାରେ ୭୦୦ ଆଇନଜୀବୀ ସହିତ ଉଚ୍ଚନ୍ୟାୟାଳୟ ବିଚାରପତି ତଥା ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୨୫୦ ଜଣ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। ସଭାସ୍ଥଳକୁ ଯାଇନଥିବା ଆଇନଜୀବୀଙ୍କ ପାଇଁ ବିଜେବି କଲେଜ ବାସ୍କେଟବଲ ଖେଳ ପଡ଼ିଆରେ ବସିବା ପାଇଁ ୧୦୦୦ ସିଟ୍‌ ବ୍ୟବସ୍ଥା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+