ଆୟୁଷ୍ମାନ ଭାରତ ପାଇଁ ନୂଆ ଆଇଟି ପ୍ଲାଟଫର୍ମ: ହସ୍ପିଟାଲ ପାଇଁ ଜାରି ହେଲା ଏସଓପି

ଆଜି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ହେବ ଶୁଭାରମ୍ଭ । ଏନେଇ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏହା ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା ପାଇଁ ସବୁ ଅନୁବନ୍ଧିତ ହସ୍ପିଟାଲ ପାଇଁ ଏହା କାର୍ଯ୍ୟ କରିବ।

ଏହି ନୂଆ ୨ ଆଇଟି ପ୍ଲାଟଫର୍ମରେ କିଛିଟା ସମସ୍ୟା ଉପୁଜିପାରେ। ତେବେ ଏହାକୁ ବାହାନା କରି କୌଣସି ହିତାଧିକାରୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସଓପି ଜାରି ହୋଇଛି। ଏହାକୁ ଆଧାର କରି ଅନୁବନ୍ଧିତ ହସ୍ପିଟାଲ ଗୁଡ଼ିକ ଚିକିତ୍ସା ପ୍ରଦାନ କରିବେ। ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିଙ୍କୁ ଅନଲାଇନ ଦାବି ସମ୍ପର୍କିତ କାଗଜପତ୍ର ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।

Ayushman Bharat

ନୂତନ ଆଇଟି ପ୍ଲାଟଫର୍ମ ବ୍ୟବହାର ନିମନ୍ତେ ଡାକ୍ତରଖାନାଙ୍କ ପାଇଁ ମାର୍ଗଦର୍ଶିକା

ନୂତନ ପିଏମଜେଏୱାଇ ପୋର୍ଟାଲକୁ ପ୍ରବେଶ କରିବା ସମୟରେ ଯଦି କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ଡାକ୍ତରଖାନାଗୁଡ଼ିକ ନିମ୍ନରେ ଉଲ୍ଲେଖତ ପଦ୍ଧତିକୁ ଅନୁସରଣ କରିପାରିବେ।

1. ହିତାକାରୀଙ୍କ ଯୋଗ୍ୟତା ଯାଞ୍ଚ କରିବା ନିମନ୍ତେ ଏହି ଲିଙ୍କକୁ https://giayportal.odisha.gov.in. ଖୋଲନ୍ତୁ ।
2. "PMJAY Beneficiary" ବିକଳ୍ପ ବାଛନ୍ତୁ ।
3. ନିମ୍ନରେ ଥିବା ଯେକୌଣସି ବିକଳ୍ପ ମାଧ୍ଯମରେ ସନ୍ଧାନ କରନ୍ତୁ
A. ପିଏମଜେଏୱାଇ-ଜିଜେଏୱାଇ / ନୂତନ ସ୍ବାସ୍ଥ୍ୟ କାର୍ଡ ଆଇଡି ।
B. ଆଧାର ନମ୍ବର ।
C. ରାସନ କାର୍ଡ ନମ୍ବର ।
D. ପୁରୁଣା ସ୍ବାସ୍ଥ୍ୟ କାର୍ଡ ନମ୍ୱର ।

4. ପୁରୁଣା ପୋର୍ଟାଲରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ହେବା ପରେ ହସ୍ପିଟାଲ ପକ୍ଷରୁ ଚିକିତ୍ସା ଆରମ୍ଭ କରାଯାଇପାରିବ।
5. ନୂତନ ପୋର୍ଟାଲ (ପିଏମଜେଏୱାଇ ପୋର୍ଟାଲ) ରେ ବୈଷୟିକ ସମସ୍ୟାର ସମାଧାନ ହେବା ପରେ, ହସ୍ପିଟାଲ ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ କରିପାରିବେ।
6. ଉପରୋକ୍ତ ପଦ୍ଧତି ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହିତାଧିକାରୀଙ୍କ ବିଷୟରେ ରାଜ୍ୟ ସ୍ବାସ୍ଥ୍ୟ ଭରଷା ସମିତିଙ୍କୁ (S.H.A.S.) କେବଳ ଇ-ମେଲ୍ ମାଧ୍ୟମରେ ଅବଗତ କରାଯିବ ([email protected]) ।
7. ଯଦି କୌଣସି ସମସ୍ୟା ହୁଏ, ତେବେ ପ୍ରାଥମିକତା ଭିଭିରେ ନିମ୍ନ ପ୍ରଦତ୍ତ ଅଧିକାରୀଙ୍କ ସହଯୋଗ ନେଇପାରିବେ ।
A. ସମ୍ପୃକ୍ତ ଜିଲ୍ଲା ସଂଯୋଜକ, ଏସ୍.ଏଚ୍.ଏ.ଏସ୍.
B. ସମ୍ପୃକ୍ତ ନୋଡାଲ ଡାକ୍ତର
C. ରାଜ୍ୟ ବୈଷୟିକ ସହାୟତା ନମ୍ବର ୧୫୫୩୬୯
D. ଏସ୍.ଏଚ୍.ଏ.ଏସ୍. ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୪- ୨୬୨୦୫୦୦

8. କୌଣସି ବୈଷୟିକ ସମସ୍ୟା କାରଣରୁ ବର୍ତ୍ତମାନର ହିତାକାରୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+