ସ୍କୁଲ ବସ ପାଇଁ ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ; କଣ ଜାଣନ୍ତୁ
ଭୁବନେଶ୍ୱର: ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ । ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ୍ ରହିବା ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ ଗାଇଡଲାଇନରେ ଉଲ୍ଲେଖ ରହିଛି ।
୫୦ କିଲୋମିଟରରୁ ଅଧିକ ସ୍ପିଡରେ ବସ ଚାଲିପାରିବନି । ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ କରାଯାଇଛି। ବସ ଡୋରଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ । ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ ।
ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ ଲାଇସେନ୍ସ ଥିବା ସହ ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ ରହିଛି । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଛି ପରିବହନ ବିଭାଗ ।

ସେହିପରି ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବ । ଶେଷରେ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ଲେଖ କରିଛି ।












Click it and Unblock the Notifications