କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା, ଡଙ୍ଗା ଭସା ଓ ବୁଡ଼ ପକାଇବାରେ ରୋକ୍
ଭୁବନେଶ୍ୱର ପରି କଟକରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜାରି ହୋଇଛି କଟକଣା। ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ଗାଇଡଲାଇନ୍ ଜାରି କରିଥିବା ଆଜି କଟକ ଡିସିପି ପ୍ରତୀକ ସିଂଙ୍କ ଏନେଇ ସ
କଟକ: ଭୁବନେଶ୍ୱର ପରି କଟକରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜାରି ହୋଇଛି କଟକଣା। ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ଗାଇଡଲାଇନ୍ ଜାରି କରିଥିବା ଆଜି କଟକ ଡିସିପି ପ୍ରତୀକ ସିଂଙ୍କ ଏନେଇ ସୂଚନା ଦେଇଛନ୍ତି।

ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଡଙ୍ଗା ଭସା ଓ ବୁଡ଼ ପକା ଉପରେ ରୋକ ଲଗାଯାଇଛି । ଏହାକୁ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ଏକ ଗାଇଡ଼ଲାଇନ୍ ମଧ୍ୟ ଜାରି କରାଯାଇଛି । ତେବେ ଏବେ କଟକ ପୋଲିସ ମଧ୍ୟ କଟକଣା ଲଗାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ କୌଣସି ଭକ୍ତ ଘାଟରେ ଡଙ୍ଗା ଭସାଇ ପାରିବେନାହିଁ କି ବୁଡ଼ ପକାଇପାରିବେ ନାହିଁ ବୋଲି ଡିସିପି ସୂଚନା ଦେଇଛନ୍ତି । ଯଦି କେହି ଏହି ନିୟମକୁ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ବିଏମ୍ସି ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଏଡାଇବାକୁ ଆସନ୍ତା ୧୯ ତାରିଖ ପାଇଁ ବିଏମ୍ସି ପକ୍ଷରୁ ଜାରି ହୋଇଛି ଏହି କଟକଣା। ରାଜଧାନୀର ବିନ୍ଦୁ ସାଗର, ନଦୀ ଘାଟ, ଜଳାଶୟରେ ଏକାଠି ହେବାକୁ ବାରଣ କରାଯାଇଛି। ବିଏମ୍ସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି।












Click it and Unblock the Notifications