ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କୁମ୍ଭମପତି, ଆସନ୍ତାକାଲି ନେବେ ଶପଥ
Odisha News: ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିବା ହରି ବାବୁ କୁମ୍ଭମପତି । ମିଳିଥିବା ସୂଚନା ଅନୁସାର, ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧୨ଟାରେ ୪୫ ସମୟରେ କୋଲକତାରୁ ବାହାରିବେ ଏବଂ ଦିନ ୨ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।

ଏହା ପରେ ପୁରୀ ଗସ୍ତରେ ଯିବେ ରାଜ୍ୟପାଳ ସେଠାରେ ରାତ୍ରୀ ଯାପନ କରି ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ପରେ ଭୁବନେଶ୍ୱର ଫେରିବା ନେଇ ସୂଚନା ରହିଛି ଏବଂ ଆସନ୍ତାକାଲି ଦିନ ୧୦ଟା ୧୫ ମିନିଟରେ ରାଜ୍ୟପାଳ ଭାବେ ଶପଥ ନେବେ ।












Click it and Unblock the Notifications