ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ କହିଲେ ଯୋଗାଣ
କୃଷକ ଆନ୍ଦୋଳନ ସୁପର୍ ଫ୍ଲପ୍। ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ନେଇ କିଛି ଏଭଳି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାନ୍ତି। ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି।

ଗତକାଲି ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ ଧାନ କିଣା ସରିଲାଣି। ୮ ହଜାର କୋଟିରୁ ଅଧିକ ଟଙ୍କା କୃଷକ ମାନଙ୍କ ଖାତାକୁ ଯାଇ ସାରିଲାଣି। କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି। ଧାନ କିଣା ସୁରୁଖୁରୁରେ ଚାଲିଛି ବୋଲି ସେ ଦୋହରାଇଛନ୍ତି।












Click it and Unblock the Notifications