ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି; ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ପଲିସି

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ୩ ବର୍ଷିଆ ପଲିସି ଆଣିବାକୁ ଯାଉଛୁ । ଅଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ପଲିସି ଆଣିବୁ । ସଚିବଙ୍କ ନେତୃତ୍ବରେ ଏକ୍‌ ଟିମ୍‌ ଆନ୍ଧ୍ରପ୍ରଦେଶ ଯିବେ । ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି।

New excise policy

ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର 'ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ' ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ନୂଆ ସରକାର ଯୋଜନା ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଏହା ପରେ ନୂଆ ସରକାର ଆସିବା ପରେ , ଏହାକୁ ପ୍ରଥମେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ । ପରେ ନୂଆ ଅବକାରୀ ନୀତି ନେଇ କାମ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର ଅବଧି ମାସେ ମାସେ ବୃଦ୍ଧି କରାଯାଉଛି ।

୩ ବର୍ଷିଆ ପଲିସି ଆଣିବାକୁ ଯାଉଛୁ ।ଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି । ସଚିବଙ୍କ ନେତୃତ୍ବରେ ଏକ୍‌ ଟିମ୍‌ ଆନ୍ଧ୍ରପ୍ରଦେଶ ଯିବେ । ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି । ଆସନ୍ତା ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ପଲିସି ଆସିଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ବିଜେଡି ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ ହେଉଛି । ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିବା ବେଳେ, ଏହାରି ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+