ଖୁବ୍‌ଶୀଘ୍ର ନୂଆ : ବିଷାକ୍ତ ମଦ କାରବାର ରୋକିବାକୁ ଗୁରୁତ୍ୱ

ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ। ଏନେଇ ଫର୍ଚ୍ୟୁନ୍‌ ଟାଓ୍ବାରସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କିମ୍ବା ଅସୁସ୍ଥତାକୁ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରି ପାରିବେ ନାହିଁ। ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିସମୂହଙ୍କୁ କଡ଼ା ଦଣ୍ଡବିଧାନ ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବୈଠକରେ ମତ ପ୍ରକାଶ ପାଇଛି।

ବୈଠକରେ ଅନ୍ତର୍ଜାତୀୟ ସ୍ପିରିଟ୍‌ ଆଣ୍ଡ୍‌ ଓ୍ବାଇନ୍‌ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି ମଣ୍ଡଳି, ମଦ ପ୍ରସ୍ତୁତି ସଂଘର ସିଇଓ, ବିଦେଶୀ ମଦ ବିକ୍ରୟ ସଂଘ ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ କର୍ମକର୍ତ୍ତା, ଦେଶୀ ମଦ ଦୋକାନୀସମୂହ, ଇଥାନଲ ଓ ମିଥାନଲ୍‌ ପ୍ରସ୍ତୁତକାରୀଙ୍କ ସମେତ ପଞ୍ଚାୟତିରାଜ, ଶିଳ୍ପ, ପର୍ଯ୍ୟଟନ, ଉଦ୍ୟାନ କୃଷି ଏ ବଂ ଅର୍ଥ ବିଭାଗର ନୋଡ଼ାଲ ଅଧିକାରୀଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସଶକ୍ତ ଇକୋସିଷ୍ଟମ୍‌ ବିକଶିତ କରି ଦାୟିତ୍ୱପୂର୍ଣ୍ଣ ମଦ୍ୟ ପାନକୁ ଗୁରୁତ୍ୱ ଦିଆଯିବାସହ ସମସ୍ତଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ, ରାଜସ୍ବ ହାନି ହ୍ରାସ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ଏଥିସହିତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ଟିକସ ଢାଞ୍ଚାର ନବୀକରଣ, ବିଭିନ୍ନ ବିଭାଗ ସହ ସମନ୍ବୟ, ସଡ଼କ ସୁରକ୍ଷା, ହୋଟେଲ ଶିଳ୍ପ, ବେଆଇନ ମଦ କାରବାର ରୋକିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଅବକାରୀ କମିଶନର ନରସିଂହ ଭୋଳ, ଓଏସ୍‌ବିସି ଏମ୍‌ଡି ଅମ୍ବର କର, ସିଜିଏମ୍‌ ମାନସ ସ୍ବାଇଁ, ଜିଏମ୍‌ ସଞ୍ଜୟ ରାଉତଙ୍କ ସମେତ ବିଭିନ୍ନ ବିଭାଗର ନୋଡାଲ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+