ଭୁବନେଶ୍ୱରରୁ କୋଚି-ଡେରାଡୁନକୁ ଡାଇରେକ୍ଟ ଫ୍ଲାଇଟ୍, ମିଳିଲା ୯ଟି ଡାଇରେକ୍ଟ ଫ୍ଲାଇଟ୍
New Direct Flight From Odisha: ଏଣିକି 9 ସ୍ଥାନକୁ ରାଜଧାନୀ ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରୁ ଉଡଣା ଭରିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ, କୋଚି, ଡେରାଡୁନ୍, ଲଘ୍ନୌକୁ ଡାଇରେକ୍ଟ ଫ୍ଲାଇଟ୍ ମିଳିବ ସେହିପରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ଏକ ନୂଆ ଦିଗ ଦେବ ।

ମୁଖ୍ୟମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ।
ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର… pic.twitter.com/KG8dXQYmGT
— CMO Odisha (@CMO_Odisha) November 15, 2024












Click it and Unblock the Notifications