କୋଭିଡ ତାଲିକାରେ ନୂଆ ତଥ୍ୟ, 0 ରୁ ୧୮ ବର୍ଷ ବର୍ଗରେ ୧୩୮ ପଜିଟିଭ୍
ରାଜ୍ୟରେ ହାଜରେ ତଳକୁ ଖସୁନି କରୋନା ଦୈନିକ ସଂକ୍ରମଣ ସଂଖ୍ଯା । ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ହାଜରେ ତଳକୁ ଖସୁନି କରୋନା ଦୈନିକ ସଂକ୍ରମଣ ସଂଖ୍ଯା । ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ପ୍ରତି ଦିନ ଦିଆଯାଉଥିବା ତଥ୍ୟରେ ଆଜି ଏକ ନୂଆ ତାାଲିକା ପ୍ରକାଶ ପାଇଛି । 0 ରୁ ୧୮ ବର୍ଷ ବର୍ଗରେ କେତେ ଶିଶୁ ଓ କିଶୋର ପଜିଟିଭ ରହିଛନ୍ତି ତାର ତାଲିକା ପ୍ରକାଶ ପାଇଛି ।

ପ୍ରଥମ ଥର ପାଇଁ ଦୈନିକ କୋଭିଡ ତଥ୍ୟରେ ୧୮ ବର୍ଷରୁ କମ୍ ବୟସର କରୋନା ସଂକ୍ରମିତଙ୍କ ତଥ୍ୟ ଦିଆଯାଇଛି । ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଥମ ଥର ପାଇଁ ସୂଚନା ଦେଇଛନ୍ତି ସରକାର । ତେବେ ୨୪ ଘଣ୍ଟାରେ ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହେବା ନିହାତି ଚିନ୍ତାର ବିଷୟ । କାରଣ ଅନ୍ୟାନ୍ୟ ରାଜ୍ୟରେ ପିଲାଙ୍କୁ କରୋନା ହେବାର ଦେଖା ଯାଉଛି । ଏହାରି ଭିତରେ ଆମ ରାଜ୍ୟରେ ମଧ୍ୟ ଏଭଳି ଟ୍ରେଣ୍ଡ ଆରମ୍ଭ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଉଛି ।
ସେହିପରି ଆଉ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ୱାସ୍ଥୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି ।












Click it and Unblock the Notifications