ଓଡିଶାରେ ନୂଆ କରୋନା ଷ୍ଟ୍ରେନ ଭୟ, ସନ୍ଦିଗ୍ଧ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ
ଆଜି ଭୁବନେଶ୍ବର ବିମାନ ବନ୍ଦରରେ ସନ୍ଦିଗ୍ଧ ହୋଇଥିବା ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଦେଶରେ ଦେଖାଦେଲାଣି ନୂଆ କରୋନା ଷ୍ଟ୍ରେନ । ତେବେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ସନ୍ଦିଗ୍ଧ ହୋଇଥିବା ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
Information on #COVID19. pic.twitter.com/Ff26oiQ8hH
— BMC (@bmcbbsr) December 23, 2020
୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। କିଛି ସମୟ ତଳେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଥିବା ନେଇ ନେଇ BMC କମିଶନର ସୂଚନା ଦେଇଥିଲେ।

ତେବେ ବ୍ରିଟେନ୍ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ୨୨ ଡିସେମ୍ବର ରାତିରେ ଆସୁଥିବା ଫ୍ଲାଇଟ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ଏସବୁ ଭିତରେ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି।
ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି ।












Click it and Unblock the Notifications