ନୂଆ କରୋନା ଷ୍ଟ୍ରେନ ଭୟ: ଭୁବନେଶ୍ୱର ଏୟାରପୋର୍ଟରେ ଚିହ୍ନଟ ହେଲେ ଜଣେ ବ୍ରିଟେନ ଫେରନ୍ତା

ଏଣିକି ପ୍ରତି ବିଦେଶ ଫେରନ୍ତାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ଜାରି କରିଛି ନୂଆ SOP।

ଭୁବନେଶ୍ୱର; ବ୍ରିଟେନ ଫେରନ୍ତା ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଛି। ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ରହିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଇଛି । ଚିହ୍ନଟ ବ୍ୟକ୍ତି ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯାଇଛି।

ସେପଟେ ଦେଶରେ ଦେଖାଦେଇଛି କରୋନାର ନୂଆ ଷ୍ଟ୍ରେନ । ତେବେ ଏନେଇ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ଜାରି କରିଛି ନୂଆ SOP।

Bhubaneswar Airport

ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ସୂଚନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଟର୍ମିନାଲ୍ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କୁ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି ।

ତେବେ ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ୨୨ ଡିସେମ୍ବର ରାତିରେ ଆସୁଥିବା ଫ୍ଲାଇଟ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ଏସବୁ ଭିତରେ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+