ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ : ରହିବ 40ଟି ଆଇସିୟୁ ସହିତ ଅନ୍ୟାନ ସୁବିଧା

ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ପିପିପି ମୋଡରେ 150 ଶଯ୍ୟା ବିଶିଷ୍ଟ ନେଇ କୋଭିଡ୍ ହସ୍ପିଟାଲ ତିଆରି ହେବ

ପୁରୀ: ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ପିପିପି ମୋଡରେ 150 ଶଯ୍ୟା ବିଶିଷ୍ଟ ନେଇ କୋଭିଡ୍ ହସ୍ପିଟାଲ ତିଆରି ହେବ। ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ। 40ଟି ଆଇସିୟୁ ସହ 4ଟି ଭେଣ୍ଟିଲେଟର ଏହି ହସ୍ପିଟାଲରେ ବ୍ୟବସ୍ଥା କରାଯିବ। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଗତ 23 ତାରିଖରୁ ଆରଟିପିସିଆର ଟେଷ୍ଟିଂ ବ୍ୟବସ୍ଥା ଅଚଳ ଥିବା କହିଛନ୍ତି ଜିଲ୍ଲାପାଳ। ଆରଟିପିସିଆର ଟେଷ୍ଟିଂ ସେଣ୍ଟରେ ତ୍ରୁଟି ଯୋଗୁଁ ଏହି ବ୍ୟବସ୍ଥା ଅଚଳ ହୋଇଥିଲା।

କୋଭିଡ୍ ହସ୍ପିଟାଲ

ଜିଲ୍ଲାରେ ଆଣ୍ଟିଜେନ୍ ବଢାଯିବା ସହ ଲକ୍ଷଣ ଥିଲେ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଗତ 24ଘଣ୍ଟା ମଧ୍ୟରେ ନୂଆ 8 ହଜାର 386 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+