ରାଜ୍ୟକୁ କରୋନା ଭୟ, ଗଞ୍ଜାମରେ ଜାରି ହେଲା ନୂଆ କୋଭିଡ ଗାଇଡଲାଇନ
ବ୍ରହ୍ମପୁର: ଫେରୁଛି କି କରୋନା ? ପୁଣି ଆସିବ କି ଲକଡାଉନ ସଟଡାଉନ ? ଦେଶରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେବା ପରେ ତତ୍ପର ହେଲେଣି ରାଜ୍ୟ ସରକାର । ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାର ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମ ।

ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଏବଂ ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । କରୋନା ଗାଇଡଲାଇନ ଅନୁସାରେ ଆବଶ୍ୟକୀୟ କୋଭିଡ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ କୋଭିଡ୍ କଟକଣା ନମାନିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।


Click it and Unblock the Notifications