For Quick Alerts
Turn On Notification  
For Daily Alerts
Oneindia App Download

ବିବାହ ପାଇଁ ନୂଆ ନିୟମ, ବାହାଘରକୁ ଆସିଥିବା ସମସ୍ତ ଅତିଥିଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ଗଞ୍ଜାମ ଜିଲ୍ଲାରେ ବିବାହ ପାଇଁ ଜାରି ହେଲା ନୂଆ ନିୟମ । ନୂଆ ନିୟମ ନେଇ ସୂଚନା ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ ।

|

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିବାହ ପାଇଁ ଜାରି ହେଲା ନୂଆ ନିୟମ । ନୂଆ ନିୟମ ନେଇ ସୂଚନା ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ । ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନୁମତି ଦେଇଛନ୍ତି ।

Guideline for Marriage

ପୂର୍ବରୁ ବିବାହ ପାଇଁ ସମୁଦାୟ ୫୦ ଜଣ ଅତିଥି ଆସିପାରିବେ ବୋଲି ନିୟମ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏହି ଗାଇଡଲଇନ ଆନୁଯାୟୀ ବିବାହର ୭୨ ଘଣ୍ଟା ପୂର୍ବରୁ ଅତିଥି ମାନଙ୍କ ତାଲିକା ଜିଲ୍ଲା ପ୍ରଶାସନ ପାଖରେ ପୈଠ କରିବା ବାଧ୍ୟତାମୂଶକ ଥିଲା । କେବେ ବର୍ତ୍ତମାନ ଅତିଥି ମାନଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ସେମାନେ ବିବାହରେ ଯୋଗ ଯେଇ ପାରିବେ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New Covid 19 Guidelines for Marriage in Ganjam District
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X