For Quick Alerts
Turn On Notification  
For Daily Alerts
Oneindia App Download

ବିଦେଶରୁ ଫେରି ବେଇମାନୀ ! ବ୍ରିଟେନରୁ ଓଡ଼ିଶା ଫେରିଥିବା 62 ଜଣଙ୍କର ପତ୍ତା ମିଳୁନି

ବ୍ରିଟେନରୁ ଏଜାବତ୍ 181 ଜଣ ଓଡ଼ିଶା ଆସିଛନ୍ତି । ସେଥିମଧ୍ୟରୁ 62 ଜଣଙ୍କର ପତ୍ତା ମିଳି ନାହିଁ ।

|

ଭୁବନେଶ୍ୱର : ଇଂଲଣ୍ଡରେ ପ୍ରଥମେ କୋଭିଡ୍ ଭୂତାଣୁର ନୂଆ ରୂପ ଏବେ ଅନ୍ୟ 11ଟି ଦେଶକୁ ବ୍ୟାପି ସାରିଲାଣି । ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ସତ୍ତ୍ବେ ଏହା କାୟା ମେଲାଇ ଚାଲିଛି । କୋଭିଡର ନୂଆ ଷ୍ଟ୍ରେନ୍ ଏବେ ଫ୍ରାନ୍ସ,, ଡେନମାର୍କ, ସ୍ପେନ୍, ସ୍ୱିଡେନ୍, ନେଦରଲାଣ୍ଡ, ଜର୍ମାନୀ ଓ ଇଟାଲୀରେ ଚିହ୍ନଟ ହୋଇଛି । ସେହିପରି କାନାଡା, ଜାପାନ, ଅଷ୍ଟ୍ରେଲିଆ ଓ ଲେବାନନରେ ଭୂତାଣୁର ନୂଆ ରୂପ ଦେଖିବାକୁ ମିଳିଛି । ଏହାକୁ ନେଇ ଭାରତ ବର୍ତ୍ତି ପାରି ନାହିଁ । ବିଗତ ଦିନମାନଙ୍କରେ ବ୍ରିଟେନରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍ ପରୀକ୍ଷା ଜାରି ରହିଛି । ହେଲେ ଓଡ଼ିଶାରେ ଏହାର ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି ।
ଲୋକଙ୍କୁ ଦାଇତ୍ୱବାନ ମଧ୍ୟରେ ନିଜେ ଆସି ପରୀକ୍ଷା କରିବାକୁ ରାଜ୍ୟ ସରକାର ବାରମ୍ଭାର କହିବା ସତ୍ତ୍ୱେ ବ୍ରିଟେନରୁ ଆସିଥିବା ଅଧିକାଂଶ ଲୋକ ଏବେ ଗାୟବ ।

କରୋନା

ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଆଜି ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ଆଗାମୀ ଦିନରେ ଏହି କୋଭିଡ୍ ସ୍ଥିତିକୁ ଯେ ବିଗାଡି ନ ଦେବ ତାହା କହି ହେବ ନାହିଁ । ଗଣମାଧ୍ୟମକୁ ବ୍ରିଟେନରୁ ଫେରିଥିବା ଓଡ଼ିଆଙ୍କ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏଜାବତ୍ 181 ଜଣ ଓଡ଼ିଶା ଆସିଛନ୍ତି । ନଭେମ୍ବର 30ରୁ ଡିସେମ୍ବର 21 ଯାଏଁ ଏହିମାନେ ଓଡ଼ିଶା ବିମାନ ଯୋଗେ ଆସିଛନ୍ତି । ସେଥିମଧ୍ୟରୁ 119 ଜଣଙ୍କ ପରିଚୟ ରାଜ୍ୟ ସରକାରଙ୍କ ପାଖରେ ରହିଛି । ସେମାନଙ୍କ ମଧ୍ୟରୁ ଛଅ ଜଣ କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ତିନି ଜଣ ଓ ଜଗସିଂହପୁରରୁ 3 ଜଣ ଲେଖାଏଁ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି । ତେବେ ଆଶ୍ଚଯ୍ଯର କଥା 62 ଜଣଙ୍କର ପତ୍ତା ମିଳି ନାହିଁ । ସେମାନେ ଓଡ଼ିଶା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ଭୁଲ୍ ଫୋନ୍ ନମ୍ବର ଓ ଠିକଣା ରହିଛି । ଆହୁରି ମଧ୍ୟ ଅନେକ ଫୋନ୍ କଲ୍ ଏହି 62 ଜଣ ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଉଠାଉ ନାହାନ୍ତି । ସେମାନେ ରାଜ୍ୟର 30ଟି ଜିଲ୍ଲା ମଧ୍ୟରୁ କେଉଁଠି ଅଛନ୍ତି ଏବଂ କେତେ ଜଣଙ୍କ ସଂପର୍ଶରେ ଆସିଲେଣି ଏହାକୁ ନେଇ ଏବେ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । ଏଠାରେ କହି ରଖୁଛୁ କି ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭୂତାଣୁ କମ୍ ସମୟ ମଧ୍ୟରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ବୈଜ୍ଞାନିକମାନେ କହି ସାରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New Corona Virus Strain 181 People Returned to Odisha From Britain
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X