ଆସିଲା ନୂଆ କରୋନା ଗାଇଡଲାଇନ: ଏଣିକି ବାହାଘରରେ 500 ନୂହେଁ 200 ଲୋକ ହେବ ସାମିଲ, ଜାଣନ୍ତୁ କଣ ସବୁ ବଦଳିଲା...
ରାଜ୍ୟରେ ଲେଉଟାଣି କରୋନା ସଂକ୍ରମଣ ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ବାହାଘର ବା ବ୍ରତଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବର: ରାଜ୍ୟରେ ଲେଉଟାଣି କରୋନା ସଂକ୍ରମଣ ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ବାହାଘର ବା ବ୍ରତଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସର୍ବାଧିକ ସଂଖ୍ୟା ୫ଶହ ଥିଲା। ମାତ୍ର ଏବେ ଏହାକୁ କମାଇ ଦିଆଯାଇଛି ୨ ଶହରେ ରଖାଯାଇଛି ।

ଅର୍ଥାତ ଏଣିତି ଆଉ ବାହାଘରରେ 500 ନୂହେଁ 200 ଲୋକ ହେବ ସାମିଲ । ସେହିପରି ଶୁଦ୍ଧି କ୍ରିୟାରେ ଏଣିକି ୫00 ସ୍ଥାନରେ ୫୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯିବ । ବାହାଘର ଆୟୋଜକ ସମସ୍ତ କୋଭିଡ ନିୟମ ପାଳନର ସବୁ ବ୍ୟବସ୍ଥା କରିବେ । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ୨୬ ମାର୍ଚ୍ଚରୁ ଲାଗୁ ହେବ ନୂଆ ଗାଇଡଲାଇନ ।
ସେହିପରି ସଭାସମିତି, ସ୍ପୋର୍ଟ ଇଭେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ 500 ଲୋକେ ସାମିଲ ହୋଇପାରିବେ । ସମସ୍ତ କୋଭିଡ ଗାଇଡଲାଇନ ମାନିବାକୁ ବାଧ୍ୟତାମୂଳକ । ଆବଦ୍ଧ ସ୍ଥାନରେ ହଲର କ୍ଷମତା ଅନୁଯାଇ 50 ପ୍ରତିଶତ ଲୋକେ ସାମିଲ ହେବ ।
କିଛି ସମୟ ପୂର୍ବରୁ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ଧିଷ୍ଟ ସ୍ଥାନରେ ସଂକ୍ରମଣ ବଢିଲେ ମିନି କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରାଯିବ ପାଇଁ ନିର୍ଦ୍ଦେଶ ରହିଛି ।












Click it and Unblock the Notifications