Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ହେବ ନୂଆ କୋଇଲା ଗ୍ୟାସିଫିକେସନ୍‌ ୟୁନିଟ୍

ଝାରସୁଗୁଡା ଜିଲାର ଲଖନପୁରରେ ସ୍ଥାପନ ହେବାକୁ ଯାଉଛି ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ । ଏଥିଲାଗି ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ (ବିଏଚ୍ଇଏଲ୍)କୁ ୫୪୦୦ କୋଟିର ଇଞ୍ଜିନିୟରିଂ, ପ୍ରକ୍ୟୋରମେଣ୍ଟ ଏବଂ କନ୍‌ଷ୍ଟ୍ରକସନ (ଇପିସି) କଣ୍ଟ୍ରାକ୍ଟ ମିଳିଛି । ବିଏଚ୍ଇଏଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ର ଯୌଥ ଉଦ୍ୟୋଗ ଭାରତ କୋଲ ଗ୍ୟାସିଫିକେସନ ଏବଂ କେମିକାଲ୍ସ ଲିମିଟେଡ (ବିସିଜିସିଏଲ୍) ଏହି କଣ୍ଟ୍ରାକ୍ଟ ପ୍ରଦାନ କରିଛି । ନ୍ୟାସନାଲ କୋଲ୍ ଗ୍ୟାସିଫିକେସନ ମିଶନ କ୍ଷେତ୍ରରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ।

New coal gasification

୨୦୩୦ ସୁଦ୍ଧା ଏହି ମିଶନରେ ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ରଖାଯାଇଛି । ଏଲ୍ଏସ୍ଟିକେ ୧ ପ୍ୟାକେଜ ଅଧିନରେ ଏହାକୁ ଡିଜାଇନ କରାଯାଇଛି । ଏଥିରେ ଡିଜାଇନ, ଇଞ୍ଜିନିୟରିଂ, ସପ୍ଲାଏ, ସିଭିଲ ୱାର୍କସ, କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ ର ସିନ୍ଗ୍ୟାସ କ୍ଲିନିଂ ପ୍ଲାଣ୍ଟର କାର୍ଯ୍ୟକ୍ଷମ କରିବା ସାମିଲ ରହିଛି । ଏହି ପ୍ରକଳ୍ପଟି କୋଇଲାରୁ ବୃହତ୍ତ ଆମୋନିୟମ ନାଇଟ୍ରେଟ୍ କମ୍ପଲେକ୍ସର ଏକ ଅଂଶ । ଏହି ପ୍ଲାଣ୍ଟରେ ବିଏଚ୍ଇଏଲ୍ ର ସ୍ୱଦେଶୀ ପ୍ରେସରାଇଜଡ ଫ୍ଲୁଇଡାଇଜଡ ବେଡ୍ ଗ୍ୟାସିଫିକେସନ (ପିଏଫ୍‌ବିଜି) ଟେକ୍ନୋଲୋଜି ବ୍ୟବହାର ହେବ । ଯାହା ଦେଶର ଅତ୍ୟାଧୁନିକ ଇଞ୍ଜିନିୟରିଂ ଦକ୍ଷତାର ପରିଚୟ ହେବ ।

ଏଠାରୁ ଦିନକୁ ୨ ହଜାର ଟନ୍ ଆମୋନିୟମ ନାଇଟ୍ରେଟ ଉତ୍ପାଦନ ହେବ । ଯାହା ଖଣି ଶିଳ୍ପର ବିସ୍ଫୋରକ ଆବଶ୍ୟକତା ପୂରଣରେ ସହାୟକ ହେବ । ୪୨ ମାସରେ ପ୍ରକଳ୍ପ କାର୍ଯ୍ୟକାରି କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଭଳି ଅର୍ଡର ଜରିଆରେ ବିଏଚ୍ଇଏଲ୍ ପାରମ୍ପରିକ ସୌର ଶକ୍ତି ତୁଳନାରେ କୋଲ୍ ଟୁ କେମିକାଲ କ୍ଷେତ୍ରକୁ ପ୍ରବେଶ କରିଛି। ଏଭଳି ସ୍ୱଦେଶୀ ଟେକ୍ନୋଲୋଜିର ସଫଳତା ଦେଶର ଆମଦାନି ନିର୍ଭରତା କମାଇବାରେ ଯୋଗଦାନ ଦେବ । ଉଲ୍ଲେଖଯୋଗ୍ୟ, ୨୦୨୪ ଫେବ୍ରୁଆରିରେ କୋଲ ଇଣ୍ଡିଆ ଏବଂ ବିଏଚ୍ଇଏଲ୍ ଚୁକ୍ତିରେ ସାମିଲ ହୋଇଥିଲେ । ୨୦୨୪ ମେରେ ଯୌଥ ଉଦ୍ୟୋଗ ବିସିଜିସିଏଲ୍ ସ୍ଥାପନା ହୋଇଥିଲା । ୨୦୨୪ ମଧ୍ୟ ଭାଗରୁ ବିଭିନ୍ନ ପ୍ୟାକେଜରେ ଟେଣ୍ଡର ପ୍ରକ୍ରିୟା ଚାଲିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+