ଓଡ଼ିଶାର ନୂତନ ମୂଖ୍ୟମନ୍ତ୍ରୀ: ସହଜ ନଥିଲା ଯାତ୍ରା

କେନ୍ଦୁଝର ସଦର ବିଧାୟକ - ମୋହନ ଚରଣ ମାଝୀ"

ଓଡ଼ିଶାର ନୂତନ ମୂଖ୍ୟମନ୍ତ୍ରୀ

୬.୧.୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗାଁରେ ଏକ ଗରିବ ପରିବାରରେ ମୋହନଙ୍କ ଜନ୍ମ ।

ତାଙ୍କ ପିତା ଗୁନାରାମ ମାଝୀ ନିଜ ଗାଁ ରାଇକଳା ବିଦ୍ୟାଳୟ ରେ ପିଅନ ରୂପେ କାର୍ଯ୍ୟରତ ଥିଲେ ।

ପିଲାଟି ବେଳୁ ସେ ତାଙ୍କ ମା ବାଲେଶ୍ଵରୀ ମାଝୀ ଙ୍କୁ ହରାଇଥିଲେ ।
ଘରର ବଡପୁଅ ଭାବେ ତାଙ୍କ ଉପରେ ପଡିଥିଲା ସମ୍ପୁର୍ଣ୍ଣ ପରିବାରର ଦାୟିତ୍ବ ।

ତାଙ୍କ ତଳେ ତାଙ୍କ ର ଜଣେ ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ଓ ଭଉଣୀ ରାସମଣୀ ମାଝୀ ଥିଲେ । କିଛି ବର୍ଷ ପୂର୍ବେ ଭାଇ ଓ ପିତା ମଧ୍ୟ ଇହଲୀଳା ତ୍ୟାଗକରି ଛନ୍ତି ।

ନିଜ ଗାଁଠୁ ୫କିଲୋମିଟର ଦୂର ଝୁମ୍ପୁରାକୁ ସେ ଚାଲିଚାଲି ଯାଇ ଟିଉସନ୍ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ ।

mohan majhi

ଗାଁ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପଢ଼ିବା ପରେ ସିଏ ଝୁମ୍ପୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଠ ପଢିଥିଲେ। ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିଲେ ।

ଏହାପରେ ଆନନ୍ଦପୁର ସରକାରୀ ମହାବିଦ୍ୟାଳୟ ରେ ୧୯୯୦ ମସିହାରେ+୨ କଳା ରେ ପାସ୍ କରିଥିଲେ।

ଏହାପରେ ୧୯୯୩ ମସିହାରେ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ+୩ କଳା ପାସ୍ କରିଥିଲେ ।

୨୦୧୧ ମସିହାରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ରୁ LLB ପାସ୍ କରିଥିଲେ।

କିଛିଦିନ ପାଇଁ ସିଏ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ।

ପ୍ରଥମେ ନିଜଗ୍ରାମ ସମିତି ସଭ୍ୟ ରୂପେ ଠିଆହୋଇ ହାରିଥିଲେ ।

ଏହାପରେ ୧୯୯୭ ମସିହାରେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଜିତି ସେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

ପ୍ରଥମେ ୨୦୦୦ ମସିହା, ପରେ ୨୦୦୪ ଓ ୨୦୧୯ ମସିହା ଓ ଏବେ ୨୦୨୪ ମସିହାରେ ଚତୁର୍ଥ ଥର ପାଇଁ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହାଛଡା ସିଏ ସରକାରୀ ଉପମୁଖ୍ୟ ସଚେତକ, ପବ୍ଲିକସ ଆକାଉଣ୍ଟ କମିଟି ର ଅଧ୍ୟକ୍ଷ ଓ ବିରୋଧୀ ଦଳ ର ମୂଖ୍ୟ ସଚେତକ ରୂପେ କାର୍ଯ୍ୟ ତୁଲାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+