ଆସୁ ଆସୁ ଦମଦାର ପଦକ୍ଷପ: ୧୯୨୯ କଲ ସେଣ୍ଟର ପରିଦର୍ଶନ କଲେ ନୂତନ ବିଏମସି କମିଶନର
ବିଏମସିର ନୂତନ କମିଶନର ସଞ୍ଜୟ କୁମାର ସିଂହ ଗତକାଲି କାର୍ଯ୍ୟରେ ଯୋଗ ହେବା ପରେ କୋଭିଡ ପରିଚାଳନା ନେଇ ତୁରନ୍ତ ପଦକ୍ଷପ ନେଇଛନ୍ତି । ବିଏମସିର ବରିଷ୍ଠ ଅଧିକାରୀଙ୍କ ସହ ୧୯୨୯ କଲ ସେଣ୍ଟର ପରିଦର୍ଶନ କରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ୱର: ବିଏମସିର ନୂତନ କମିଶନର ସଞ୍ଜୟ କୁମାର ସିଂହ ଗତକାଲି କାର୍ଯ୍ୟରେ ଯୋଗ ହେବା ପରେ କୋଭିଡ ପରିଚାଳନା ନେଇ ତୁରନ୍ତ ପଦକ୍ଷପ ନେଇଛନ୍ତି । ବିଏମସିର ବରିଷ୍ଠ ଅଧିକାରୀଙ୍କ ସହ ୧୯୨୯ କଲ ସେଣ୍ଟର ପରିଦର୍ଶନ କରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ତେବେ ପ୍ରତି କୋଭିଡ ହସ୍ପିଟାଲରେ ଗୋଟିଏ ଲେଖାଏଁ ହେଲ୍ପ ଡେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ହେଲ୍ପଡେକ୍ସରେ 24 ଘଣ୍ଟା କର୍ମଚାରୀ ମୃତୟନ ହେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ଆକ୍ରାନ୍ତଙ୍କ ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବେ ।
ତେବେ ବର୍ତ୍ତମାନ ସୁଦ୍ଧା କଲ ସେଣ୍ଟରକୁ ମୋଟ ୩୫ ହଜାର ୦୬୮ଟି କଲ ଆସିଥିବା ବେଳେ ୩୧ ହଜାର ୩୩୪ଟି ଗ୍ରହଣ କରାଯାଇଛି ଓ ୮୫୫୧ ଜଣଙ୍କୁ ସ୍ବାସ୍ଥ୍ୟଗତ ପରାମର୍ଶ ଦିଆଯାଇଛି । ଏହା ଜାଣିବା ପରେ କଲ ଡ୍ରପ ସଂଖ୍ୟାକୁ ହ୍ରାସ କରିବାକୁ ସେ କଲ ସେଣ୍ଟର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ମୋଟ ୨୫ଟି ହେଲ୍ପ ଡେସ୍କ ସଂଖ୍ୟାକୁ ୩୦କୁ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 1929 କଲ ସେଣ୍ଟରରେ ଅହରହ କାର୍ଯ୍ୟରତ ଡାକ୍ତର ଓ ଏକଜିକ୍ୟୁଟିଭଙ୍କ ଆରାମ ବା ବିଶ୍ରାମ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ପ୍ରକୋଷ୍ଠ ରଖିବାକୁ ସେ କହିଛନ୍ତି।
Newly-appointed CEO of the Bhubaneswar Smart City Limited and Commissioner @bmcbbsr Sri Sanjay Kumar Singh visited the 24X7 Call Centre of 1929 this evening and reviewed its functioning. pic.twitter.com/YxBVuN3pnP
— I & PR Department, Odisha (@IPR_Odisha) May 12, 2021
ସେହିପରି ସମ କୋଭିଡ ହସ୍ପିଟାଲରେ ୬ଟି, କିମ୍ସରେ ୫ଟି, ହାଇଟେକରେ ୩ଟି ଓ ଆଦିତ୍ୟ ଅଶ୍ବିନୀ ଓ ବ୍ଲୁ ହୁଇଲ କୋଭିଡ ହସ୍ପିଟାଲରେ ଗୋଟିଏ ଲେଖାଏଁ ହେଲ୍ପ ଡେସ୍କ ୧୯୨୯ କଲ ସେଣ୍ଟର ସହ ସଂଯୋଗ କରୁଥିବା ସେ ଜାଣିବାକୁ ପାଇଥିଲେ। ଏହି ସବୁ ହେଲ୍ପ ଡେସ୍କକୁ ଅଧିକ କ୍ରିୟାଶୀଳ କରି ଏହା ଜରିଆରେ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସେମାନଙ୍କ ସମ୍ପର୍କୀୟଙ୍କୁ ନିୟମିତ ବ୍ୟବଧାନରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ତେବେ ଏହି କଲ ସେଣ୍ଟରରେ ଦିନରେ ୭ ଜଣ ଓ ରାତିରେ ୪ ଜଣ ଡାକ୍ତର ରହିବା ସହ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କର ଏକଜିକ୍ୟୁଟିଭମାନଙ୍କ ଯୋଗାଯୋଗରେ ସୁବିଧା ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ବିଏମସି କମିଶନର ସଞ୍ଜୟ ସିଂ ନିର୍ଦେଶ ଦେଇଛନ୍ତି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications