Get Updates
Get notified of breaking news, exclusive insights, and must-see stories!

ନୂତନ ବିରଜା ପାଞ୍ଜି ପଠନ; ମରୁଡ଼ି ଆଶଙ୍କା ସହିତ ମିଳିଛି ଯୁଦ୍ଧ ସଙ୍କେତ

ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା' ବିରଜାଙ୍କ ଝୁଳଣ ଯାତ୍ରା ଓ ପାଞ୍ଜି ପଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା'ଙ୍କ ନିକଟରେ ସେବକ ଜ୍ୟୋତିଷ୍ୟ ଗୋବିନ୍ଦ ଚନ୍ଦ୍ର ମହରଣ୍ୟଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଦୋଳ ପୁର୍ଣିମାରେ ଗ୍ରହଣ ଲାଗିଥିବାରୁ ଗ୍ରହଣ ସମ୍ପୂର୍ଣ୍ଣ ମୂଖ୍ୟ ହେବା ପରେ ସନ୍ଧ୍ୟା ୬.୪୭ ମିନିଟ ପରେ ମା'ଙ୍କୁ ମହାସ୍ନାନ ବେଶ କରାଯାଇଥିଲା। ଏହାପରେ ରାତି ୮ ପରେ ମା'ଙ୍କ ବିଜେ ପ୍ରତିମାଙ୍କୁ ପାରମ୍ପାରିକ ରୀତିନୀତି ନିୟମ ଅନୁସାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପକୁ ଅଣାଯାଇଥିଲା ।

Birja Panji reading

ସେଠାରେ ମା'ଙ୍କ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ବରେ ବରିଷ୍ଠ ପୁରୋଧା ଗ୍ୟାନ ରଂଜନ ପତିଙ୍କ ତତ୍ତ୍ୱାବଧାନରେ ପୁରାଧା ବୃନ୍ଦ ଓ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ସେବକ ଜ୍ୟୋତିଷ ବିରଜାଙ୍କ ନୂତନ ପଞ୍ଜିକା ପଠନ କରିବା ସହ ଦେଶ ବିଦେଶ ଓ ରାଜ୍ୟର ବାର୍ଷିକ ଫଳାଫଳ ଉପରେ ସୂଚନା ଦେଇଥିଲେ । ଏଥିସହ ମା'ଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପରେ ଝୁଲା ଯିବା ସହ ଅଭିର ଖେଳ ହୋଇଥିଲା । ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ବିରଜା ପଞ୍ଜିକା ଜନସାଧାରଣଙ୍କ ପାଇଁ ଚଳିତ ବର୍ଷ ପଣା ସଂଙ୍କ୍ରାନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯିବ । ଏହି ପଞ୍ଜିକାରେ ମା'ଙ୍କ ବର୍ଷକର ରୀତିନୀତି ପୂଜାର୍ଚ୍ଚନାର ସମୟ ନିର୍ଘଣ୍ଟ କରାଯାଇଥାଏ । ମା' ବିରଜାଙ୍କ ଦୋଳ ଉତ୍ସବ କୁ ଦେଖିବା ଲାଗି ଉପସ୍ଥିତ ଭକ୍ତମାନଙ୍କୁ ସେବାୟତମାନେ ଅବୀର ଲାଗି କରିଥିଲେ । ତେବେ ଏବର୍ଷ କୃଷି କ୍ଷେତ୍ରରେ ଏତେ ଭଲ ନଥିବା ବେଳେ ମରୁଡି ହେବା ଆଶଙ୍କା କରାଯାଇଛି । ସେହିପରି ତୃତୀୟ ବିଶ୍ଵ ଯୁଦ୍ଧ ହେବା ମଧ୍ୟ କହିଛନ୍ତି । ଅନ୍ୟପଟେ ଅଦିନିଆ କାଳ ବୈସାକ୍ଷୀ ସହ ପ୍ରବଳ ଗ୍ରୀଷ୍ମ ତାପ ମଧ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିଷ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+