Netaji Jayanti Speech in Odia: ନେତାଜୀ ସୁଭାଷ ବୋଷ ଜୟନ୍ତୀରେ କେମିତି ଦେବେ ଭାଷଣ ?
ଜାନୁଆରି ୨୩ ନେତାଜୀ ଜୟନ୍ତୀ । ଚାଲନ୍ତୁ ଜାଣିବା କେମିତି ଦେବେ ଭାଷଣ ?
ସମ୍ମାନୀୟ , ସଭାପତି ମହୋଦୟ, ଜ୍ଞାନୀ ଗୁଣୀ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ବିଚାରକ ମଣ୍ଡଳୀ ଏବଂ ମୋର ଆଦରଣୀୟ ସାନ ଭାଇ ଭଉଣୀ ମାନେ । ଆଜି ହେଉଛି ଜାନୁଆରୀ ୨୩ ତାରିଖ, ଭାରତ ମାଟିର ସୁଯୋଗ୍ୟ ସନ୍ତାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ପବିତ୍ର ଜୟନ୍ତୀ। ଆଜି ମୋତେ କିଛି କହିବା ପାଇଁ ସୁଯୋଗ ମିଳି ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।
ଯଦି ଆମେ ନେତାଜୀ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ତେବେ, ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶା ର କଟକ ଜିଲ୍ଲା ରେ 23 ଜାନୁଆରୀ 1897 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ରୁ ମାଟ୍ରିକ ପାସ କଲା ପରେ କଲିକତା ପ୍ରେସିଡେନ୍ସି କଲେଜ ରେ ନାମ ଲେଖାଇଥିଲେ ।
ପରାଧୀନ ଭାରତରେ ଯେଉଁ କେତେକ ଯୋଗଜନ୍ମା ପୁରୁଷ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ସୁଭାଷ ବୋଷ ଥିଲେ ଅନ୍ୟତମ ।ସେ ଜନ୍ମ ନେଇଥିଲେ ଭାରତର ଐତିହାସିକ ସହର କଟକରେ । ତାଙ୍କ ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ଓ ମାତାଙ୍କ ନାମ ଥିଲା ପ୍ରଭାବତୀ ବୋଷ । ଓଡ଼ିଶାର ପାଣି ପବନରେ ସେ ଷୋହଳବର୍ଷ ବଢିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲରେ ପାଠପଢା ଶେଷ କରି ଉଚ୍ଚଶିକ୍ଷା ପାଇଁ କଲିକତା ପ୍ରେସିଡେନ୍ସି କଲେଜରେ ପଢୁଥିଲେ ।
ପିଲାଦିନରୁ ସେ ଦେଖୁଥିଲେ ଭାରତର ସ୍ବାଧୀନତାର ସ୍ବପ୍ନ ଇଂରେଜମାନଙ୍କ ପ୍ରତି ତାଙ୍କର ଘୃଣାଭାବ ଜାଗ୍ରତ ହେଇଥୁଲା ଅତି ପିଲାଦିନରୁ କଲେଜରେ ପାଠ ପଢିବା ସମୟରେ ପ୍ରଫେସର 'ଓଟର୍ନ'ଙ୍କୁ ଅପମାନିତ କରିବାରେ ସେ ମୂଖ୍ୟଅଂଶ ଗ୍ରହଣ କରିଥିଲେ କାରଣ 'ଓଟିନ' ଭାରତୀୟମାନଙ୍କୁ ଘୃଣା କରୁଥିଲେ | ଏଭଳି ଘଟଣାରୁ ସେ ଦିନେ ପ୍ରତିଭାସମ୍ପର୍ଣ୍ଣ ବ୍ୟକ୍ତି ହେବେ ତାହା ଜଣାଇଥିଲା ଯାହାକୁ ଆମେ 'Morning shows of the day' କହୁ ।ସୁଭାଷ ବୋଷ ଲଣ୍ଡନରେ ଆଇ.ସି.ଏସ. ପାଶ କରିଥିଲେ ମାତ୍ର ସେ ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରି କରିନଥିଲେ । ବରଂ ଭାରତର ସ୍ବାଧୀନତାର ସ୍ବପ୍ନକୁ ସାର୍ଥକ କରିବାପାଇଁ ସେ ଦେଶ ସେବାରେ ବ୍ରତୀ ହୋଇଥିଲେ ।

ସୁଭାଷ ବୋଷଙ୍କ ଉପରେ ଦେଶବନ୍ଧୁ ଚିତ୍ତରଂଜନ ଦାସ ଓ ମହାତ୍ମାଗାନ୍ଧୀଙ୍କର ଯଥେଷ୍ଠ ପ୍ରଭାବ ପଡିଥିଲା ସତ କିନ୍ତୁ ଅହିଂସା ମାଧ୍ୟମରେ ଦେଶର ସ୍ବାଧୀନତା ଆଣିବା ନୀତିର ସେ ବିରୋଧ କରୁଥିଲେ । ସେ କହୁଥିଲେ ଜବରଦସ୍ତି ଆର୍ମକୁ ଆମର ଦାବୀ ହାସଲ କରିବାକୁ ପଡିବ । ଏଥିପାଇଁ ଆମକୁ ବନ୍ଧୁକର ଜବାବ ବନ୍ଧୁକରେ ଦେବାକୁ ପଡିବ ।ତାଙ୍କର ଏହି ଉଗ୍ନ ମତବାଦ ହେତୁ ଯେ ବର୍ଷବର୍ଷ ଜେଲଦଣ୍ଡ ଭୋଗିଥିଲେ ।ସେ ବହୁବାର କଂଗ୍ରେସର ସଭାପତି ହେଇଥିଲେ ହେଁ କଂଗ୍ରେସର ଅହିଂସାନୀତି ତାଙ୍କୁ ବାନ୍ଧି ପାରିଲାନି । ବର୍ବର ବ୍ରିଟିଶ ଜାତିକୁ ଏ ଦେଶରୁ ହଟାଇବାକୁ ହେଲେ ଶାନ୍ତି ଓ ଅହିଂସାର ପଥ ଏକାନ୍ତ ଅନୁକୁଳ ନୁହେଁ ବୋଲି ସେ ଭାବି ନେଇଥଲେ । ସେଥିପାଇଁ ଏକ ବିପ୍ଲବୀ ଦଳର ଆବଶ୍ୟକତା ସେ ଅନୁଭବ କରିଥିଲେ । ତେଣୁ ସେ 'ଫରୱାର୍ଡ ବୁକ' ନାମକ ଏକ ଦଳ ଗଠନ କଲେ । ତେବେ କଂଗ୍ରେସ ଓ ଫରୱାର୍ଡ ବ୍ଳକର ଲକ୍ଷ୍ୟ ଥିଲା ଏବଂ ସେହି ସ୍ଵାଧୀନତା ।ଇତି ମଧ୍ୟରେ ଦ୍ୱିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥାଏ । କଂଗ୍ରେସ ଚୁକ୍ତି ଅନୁସାରେ ବ୍ରିଟିଶକୁ ସାହାଯ୍ୟ କଲା ଏବଂ ଫରୱାର୍ଡ ବ୍ଲକ ଏହାର ଖୋଲାଖୋଲି ବିରୋଧ କଲା ।ଫଳରେ ସୁଭାଷ ବୋଷ ଇଂରେଜ ସରକାରଙ୍କ ବିଷ ଦୃଷ୍ଟିରେ ପ୍ରତିଲେ ।
ତାଙ୍କୁ ଗିରଫ କରାଗଲା ଏବଂ କଲିକତାରେ ନଜରବନ୍ଦୀ ଭାବେ ରଖାଗଲା ।ହେଲେ ଦିନରାତି ଯିଏ ମୁକ୍ତିର ସ୍ବପ୍ନ ଦେଖୁଚି ତାକୁ ରୋକିବ କିଏ ?
୧୯୪୧ ମସିହାରେ ଜଣେ ଛଦ୍ମବେଶରେ ଇଂରେଜ ଗୁପ୍ରଚରଙ୍କ ଆଖିରେ ଧୂଳିଦେଇ ସେ ଭାରତ ଛାଡି ଚାଲିଗଲେ ବହୁ ଦୁରକୁ ବାହାରେ ରହି ସେ ବିଲିନଠାରେ ଇଂରେଜୀ ବିରୋଧରେ ବିରୋଧରେ ବିରାଟ ସେନାବାହିନୀ ଗଠନ କଲେ । ତାପରେ ହିଟଲରଙ୍କ ସାହାଯ୍ୟରେ ସେ ଦୀର୍ଘ ୩ ମାସ ଜଳଯାତ୍ରା ପରେ ପହଂଚିଲେ ଜାପାନରେ ଜାପାନ ମାଟି ତାଙ୍କୁ ଭଲ ସୁହାଇଲା ।ଏହିଠାରେ ସେ ରାଷବିହାରୀ ବୋଷଙ୍କ ଭାରତୀୟ ସ୍ବାଧୀନତା ଲିଗକୁ ନୂଆ ରୂପ ଦେଲେ ।
ବ୍ରିଟିଶ ଶାସକ ଙ୍କ ବିରୁଦ୍ଧରେ ଲଢ଼ିବା ନିମନ୍ତେ ସେ 1943 ମସିହାରେ 43,000 ସୈନିକ ଙ୍କୁ ନେଇ ଆଜାଦ ହିନ୍ଦ୍ ଫଉଜ ର ଗଠନ କରିଥିଲେ।
ନେତାଜୀ ସୁଭାଷ ରେଙ୍ଗୁନଠାରୁ ଆରମ୍ଭ କଲେ ଆଜାଦ ହିନ୍ଦ ଫୌଜର ଦିଲ୍ଲୀ ଅଭିମୁଖେ ଐତିହାସିକ ଯାତ୍ରା ତାଙ୍କର ଏହି "ଦିଲ୍ଲୀ ଚଲୋ' ଡ଼ାକରାରେ ହଜାର ହଜାର ଜନତା ଉତ୍ତେଜିତ ହୋଇ ଆଜାଦ ହିନ୍ଦ ଫୌଜରେ ମିଳିତ ହୋଇଥିଲେ ।ଆଗେଇ ଚାଲିଲେ ଆଜାଦ ହିନ୍ଦ ଫୌଜର ସୈନ୍ୟମାନେ ।ବ୍ରିଟିଶ ସୈନ୍ୟମାନଙ୍କୁ ନୃତ୍ୟାକରି ଭାରତ ସୀମାନ୍ଧ ପର ହୋଇ କ୍ରମେ ସେମାନେ ଇମ୍ଫାଲ,କୋହିମା ଦଖଲ କରି ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ।
ସ୍ଵାଧୀନତା ମନୋଭାବ ପାଇଁ ତତ୍କାଳୀନ ଇଂରେଜ ସରକାର ଙ୍କ ଦ୍ଵାରା ସେ ବହୁ ବାର ଗିରଫ ମଧ୍ୟ ହୋଇଛନ୍ତି । ତୁମେ ମୋତେ ରକ୍ତ ଦିଅ ମୁଁ ସ୍ବାଧୀନତା ଦେବୀ, ଜୟ ହିନ୍ଦ୍, ଓ ଦିଲ୍ଲୀ ଚଲ୍ଲୋ ଭଳି ସ୍ଲୋଗାନ ପାଇଁ ସେ ଚର୍ଚ୍ଚିତ ଥିଲେ। ତାଙ୍କ ନେତୃତ୍ ପାଇଁ ପ୍ରସିଦ୍ଧ ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ନେତାଜୀ ଆଖ୍ୟା ପ୍ରଦାନ କରିଥିଲେ ।
ହେଲେ ପରିତାପ ର ବିଷୟ ନେତାଜୀ ଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ। କୁହାଯାଏ ଜାପାନ ରୁ ଫେରିବା ବେଳେ ନେତାଜୀ ଙ୍କ ବିମାନ ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲା। ତାଙ୍କର ସ୍ବପ୍ନ ରହିଗଲା ସ୍ବପ୍ନରେ ।କିନ୍ତୁ ଭାରତ ସ୍ଵାଧୀନତା ପାଇଁ ତାଙ୍କର ପ୍ରଚଣ୍ଡ ସାହସ ନିକଟରେ ଭାରତବାସୀ ମୁଣ୍ଡ ନୁଆଁଇବାକୁ ବାଧ୍ୟ ।କାରଣ ସୁଭାଷ ଥିଲେ ଭାରତର ଭବିଷ୍ୟ ନାଗରିକମାନଙ୍କର ପ୍ରେରଣାର ଉତ୍ସ । ସେ ଦେଶପ୍ରେମର ଯେଉଁ ଅଗ୍ନି ଜଳାଇ ଦେଇଥିଲେ ତାହା ଏବେ ମଧ୍ୟ ଜ୍ବଳନ ହୋଇ ରହିଛି ।ଏଣୁ ନେତାଜୀ ମର ଦେହରେ ନଥାଇ ମଧ୍ୟ ଅମର ହୋଇ ରହିଛନ୍ତି ।
ଆଜିର ପବିତ୍ର ଦିବସ ରେ ସେହି ବରପୁତ୍ର ଙ୍କୁ ଶତ ଶତ ପ୍ରଣାମ କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।
ଜୟ ହିନ୍ଦ୍। ଜୟ ଭାରତ। ବନ୍ଦେ ମାତରଂ












Click it and Unblock the Notifications