ଆଜି ନେତାଜୀ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୁଣ୍ୟ ଜୟନ୍ତୀ । ୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହାପୁରୁଷ । ଯାହାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ ହୋଇଛି ।
ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୁଣ୍ୟ ଜୟନ୍ତୀ । ୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହାପୁରୁଷ । ଯାହାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ ହୋଇଛି । ଆଜି ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ସାରା ଭାରତରେ ପାଳନ କରାଯାଉଛି । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ।

ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା। ତାଙ୍କ ଦୃଢ ନେତୃତ୍ୱ, ଅତୁଳନୀୟ ଦେଶ ଭକ୍ତି ସମସ୍ତଙ୍କ ହୃଦୟରେ ଚିର ଅମର ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା। ତାଙ୍କ ଦୃଢ ନେତୃତ୍ୱ, ଅତୁଳନୀୟ ଦେଶ ଭକ୍ତି ସମସ୍ତଙ୍କ ହୃଦୟରେ ଚିର ଅମର ହୋଇ ରହିଛି। #ParakramDiwas pic.twitter.com/Q8c0auyFPj
— Naveen Patnaik (@Naveen_Odisha) January 23, 2022
ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ପରାକ୍ରମ ଦିବସର ଶୁଭେଚ୍ଛା ଦେବା ସହିତ ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ପ୍ରତିଟି ଭାରତୀୟ ନେତାଜୀଙ୍କ ଅତୁଳନୀୟ ଅବଦାନ ପାଇଁ ଗର୍ବିତ ବୋଲି କହିଛନ୍ତି ମୋଦି । ଏହାବାଦ ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କ ଭବ୍ୟ ପ୍ରତିମା ଉନ୍ମୋଚିତ କରିଛନ୍ତି ମୋଦି ।
सभी देशवासियों को पराक्रम दिवस की ढेरों शुभकामनाएं।
नेताजी सुभाष चंद्र बोस की 125वीं जयंती पर उन्हें मेरी आदरपूर्ण श्रद्धांजलि।
I bow to Netaji Subhas Chandra Bose on his Jayanti. Every Indian is proud of his monumental contribution to our nation. pic.twitter.com/Ska0u301Nv
— Narendra Modi (@narendramodi) January 23, 2022
ସେହିପରି ଟ୍ବିଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଏକ ମୁକ୍ତ ଭାରତ ଆଜାଦ ହିନ୍ଦ ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ସେ ଯେଉଁ ସାହସିକ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ତାଙ୍କୁ ଏକ ଜାତୀୟ ଆଇକନ୍ ଭାବରେ ପରିଣତ କରିଛି । ତାଙ୍କର ଆଦର୍ଶ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ସବୁଦିନ ପାଇଁ ପ୍ରେରଣା ଯୋଗାଇବ ବୋଲି ଟ୍ବିଟ କରି କହିଛନ୍ତି ନେତାଜୀ ।
India gratefully pays homage to Netaji Subhas Chandra Bose on his 125th birth anniversary. The daring steps that he took to fulfil his fierce commitment to the idea of a free India — Azad Hind — make him a national icon. His ideals and sacrifice will forever inspire every Indian.
— President of India (@rashtrapatibhvn) January 23, 2022
କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ମଧ୍ୟ ମାତୃଭୂମୀ ପାଇଁ ଅତୁଳନୀୟ ସଂଗ୍ରାମ କରିଥିବା ନେତାଜୀଙ୍କୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଅସାମାନ୍ୟ ଦେଶପ୍ରୀତି, ଅଦମ୍ୟ ସାହସ ଏବଂ ମନ୍ତ୍ରମୁଗ୍ଧ ଭାଷଣ ସହ ସେ ଯୁବବର୍ଗଙ୍କୁ ସଙ୍ଗଠିତ କରି ବିଦେଶୀ ଶାସନର ମୂଳଦୁଆ ଦୋହଲାଇ ଦେଇଥିଲେ। ମାତୃଭୂମୀ ପ୍ରତି ତାଙ୍କର ଅତୁଳନୀୟ ତ୍ୟାଗ, ପ୍ରତିବଦ୍ଧତା ଏବଂ ସଂଗ୍ରାମ ସର୍ବଦା ଦେଶକୁ ଦିଗ୍ଦର୍ଶନ ଦେଉଥିବ।
-
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ











Click it and Unblock the Notifications