କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଉଦ୍‌ବେଗ, କହିଦେଲେ ବଡ କଥା

କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ। ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ପାଇଁ କହିଛନ୍ତି।

Kiit

ନେପାଳ ବୈଦେଶିକ ମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। କାହିଁକି ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା, ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉ।'ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ। ଭାରତ ସରକାର, ଓଡ଼ିଶା ସରକାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀ ପ୍ରୀଶା ଶାହାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ ।ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ହୋଇଥିଲା ଛାତ୍ରୀ ମୃତ୍ୟୁ । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ 'ପ୍ରକୃତି' । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+