କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
କିଟ୍ ବିଶ୍ବବିଦ୍ୟାଳୟର ପିଛା ଛାଡୁନି ବିବାଦ । ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । କିଟ୍ ହଷ୍ଟେଲ୍ ଭିତରେ ଆତ୍ମହତ୍ୟା କରିଥିବା ସୂଚନା । ଏନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସୂଚନା ଦେଇଛନ୍ତି । ଖବର ଅନୁସାରେ, ପୂର୍ବରୁ ଏକ ନେପାଳୀ ଛାତ୍ରୀ କିଟ୍ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ଜୀବନ ହାରିଥିଲା । ଏବେ ପୁଣି ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।
ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ତଦନ୍ତ ଚଳାଇଛି । ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସୂଚନ ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ ଏବଂ ଆତ୍ମହତ୍ୟା ନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା ବୋଲି ଜଣାପଡ଼ିଛି।

ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇନଟରନ୍ୟାସନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ "ଗୁରୁତର ଅବହେଳା" ବୋଲି କୁହାଯାଇଥିଲା।












Click it and Unblock the Notifications