କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା ; ଦୁଃଖପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ
କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ବୈଦେଶିକ ମନ୍ତ୍ରାଳୟର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି । ଘଟଣାକୁ ନେଇ ଦୁଃଖପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ । ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା' ରହିଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ।

କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହାଜର ହୋଇଛନ୍ତି କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ। ଏହି କମିଟି ଆଗରେ ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି । ତାଙ୍କ ପୂର୍ବରୁ ଅନ୍ୟ ୪ ଜଣଙ୍କ ବୟାନ ରେକର୍ଡ ହୋଇସାରିଥିବା ଜଣାପଡିଛି।












Click it and Unblock the Notifications