କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା ; ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ NHRC ଟିମ୍‌

କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ NHRC ଟିମ୍‌ । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନାର ହେବ ଖୋଳତାଡ଼ ।

kiit

ସୂଚନା ଯୋଗ୍ୟ ଯେ, କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ NHRC । ଟିମ୍‌ ଗଠନ କରି ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିଶନ । ତଦନ୍ତରେ ସହାୟତା କରିବା ପାଇଁ କିଟ୍ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବିଶ୍ଵବିଦ୍ୟାଳୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌ । ମାର୍ଚ୍ଚ ୧୦ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଟ୍ ପରିସରରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏଥିସହ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା ।

କିଟ୍‌ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଅଭିଯୋଗ କରିଥିଲେ କି, ସେମାନଙ୍କୁ କିଟ୍ ଅଧିକାରୀ ଶାରିରୀକ, ମାନସିକ ନିର୍ଯାତନା ଦେଉଛନ୍ତି । ନ୍ୟାୟ ପାଇଁ ନେପାଳ ମାନବାଧିକାର କମିଶନ ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ ।

ଅନ୍ୟପଟେ କିଟ୍ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ପ୍ରଥମେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ୍‌ଙ୍କ ସହ ୮ ଜଣ ଅଧିକାରୀ ହାଜର ହୋଇ ଉଚ୍ଚସ୍ତରୀୟ କମିଟିର ଜେରାର ସମ୍ମୁଖିନ ହୋଇଥିଲେ । ଦ୍ଵିତୀୟ ଦଫାରେ ଉଚ୍ଚସ୍ତରୀୟ କମିଟିରେ କିଟ୍‌ର ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍‌ସିତା ଶତପଥୀ, ଚିଫ୍‌ ପ୍ରୋକ୍ଟର ପି. କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି ହାଜର ହୋଇଥିଲେ ।

ପୁରା ଘଟଣା, ଫେବ୍ରୁଆରୀ ୧୬ରେ କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଛାତ୍ରଙ୍କ ଉପରେ ବଳପ୍ରୟୋଗ କରିଥିଲେ କିଟ୍‌ର ସୁରକ୍ଷାକର୍ମୀ । ଏପରିକି ଜୋରଜବରଦସ୍ତି ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବସ୍ ଯୋଗେ କଟକ ରେଲୱେ ଷ୍ଟେସନକୁ ପଠାଇ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+