କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: କ୍ୟାଣ୍ଡେଲ ଜାଳି ରାଲି କଲେ ଛାତ୍ରଛାତ୍ରୀ
କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ମାହୋଲ ଧିରେ ଧିରେ ବିଗିଡିବାରେ ଲାଗିଛି । ଏହି ମାମଲାରେ ବର୍ତ୍ତମାନ ୫ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ଆକ୍ସନ ମୋଡରେ ରାଜ୍ୟ ସରକାର । ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ ଏବଂ ମହିଳା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।

ଅନ୍ୟପଟେ ଆଜି ପୁଣି ପ୍ରତିବାଦକୁ ଉହ୍ଲାଇଛନ୍ତି କିଟ୍ ଛାତ୍ରଛାତ୍ରୀ । ନ୍ୟାୟ ଦାବିରେ କ୍ୟାଣ୍ଡେଲ ଜାଳି ରାଜରାସ୍ତାରେ ରାଲି କରୁଛନ୍ତି ଶହ ଶହ ଛାତ୍ରଛାତ୍ରୀ । ଆଓ୍ବାର ଡିମାଣ୍ଡ, ଓ୍ବି ଓ୍ବାଣ୍ଟ ଜଷ୍ଟିସ ଆଦି ପ୍ଲା କାର୍ଡ ପ୍ରଦର୍ଶନ କରି ରାଲି କରୁଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications