ଛାତ୍ରୀ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ
କିଟ୍ରେ ଛାତ୍ରୀ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ସୂଚନା ଦେଲେ। ନିର୍ଯାତିତ ନେପାଳୀ ଛାତ୍ରଙ୍କୁ କାଉନସେଲିଂକୁ ପାଇଁ ଆସୁଥିବା ଜଣାଇଲେ। ସେମାନେ ହଷ୍ଟେଲରେ ରହିବେ ନା ନେପାଳ ଫେରିବେ ବୁଝିବେ।

କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଛାତ୍ର ଗିରଫ । ରାଜ୍ୟ ବାହାରକୁ ଖସିଯିବା ଉଦ୍ୟମ ବେଳେ ବିମାନବନ୍ଦର ପାଖରୁ ଗିରଫ । ଅଭିଯୁକ୍ତ ଛାତ୍ର ପାଖରୁ ମୋବାଇଲ୍ ଫୋନ୍, ଲାପଟପ୍ ଜବତ । ଗିରଫ ଛାତ୍ର ଜଣଙ୍କ ୟୁପି ଲକ୍ଷ୍ନୌର ବୋଲି ସ୍ପଷ୍ଟ କଲା ପୋଲିସ ।
ଛାତ୍ରଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଛି। ମୃତ ଛାତ୍ରୀଙ୍କ ରୁମରୁ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ସାଇଣ୍ଟିଫିକ ଏବଂ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଶବଗୃହରେ ରକାଯାଇଛି ଏବଂ ମାତାପିତା ଆସିବା ପରେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଡିସିପି ପିନାକ ମିଶ୍ର ପ୍ରକାଶ କରାଯାଇଛି।












Click it and Unblock the Notifications