NEET Exam: ନିଟରେ ଓଡ଼ିଶା ଟପ୍ପର ହେଲେ ସତ୍ୟଜିତ ପରିଡ଼ା

ନିକଟରେ ପ୍ରକାଶ ପାଇଛି NEET ୨୦୨୪ ର ଫଳାଫଳ । ଏଥିରେ ବାଜିମାତ କରିଛନ୍ତି ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିହେବ ।

ସେହିପରି ଏହି ଶିକ୍ଷାନୁଷ୍ଠାନର ଛାତ୍ର ସତ୍ୟଜିତ ପରିଡ଼ା ମୋଟ ୭୨୦ ରୁ ୭୧୫ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫୩ ନଂ ରାଙ୍କରେ ରହିଛନ୍ତି । ସେହିପରି ଏହି ଶିକ୍ଷାନୁଷ୍ଠାନର ୧୨ ଜଣ ଛାତ୍ରଛାତ୍ରୀ ୭୦୦ ରୁ ଅଧିକ ନମ୍ବର ରଖିଥିବାବେଳେ ୨୯ ଜଣ ୬୯୦ ମାର୍କରୁ ଅଧିକ ଏବଂ ୧୧୮ ଜଣ ୬୫୦ ରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି ।

Satyajit Parida becomes Odisha topper in NEET

ତେବେ ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ଅଭିଭାବକ ଓ କଲେଜ୍ କର୍ତ୍ତୃପକ୍ଷ ବେଶ୍ ଖୁସି ଅଛନ୍ତି । ଅନ୍ୟପଟେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଏମସ୍(AIIMS) ରେ ଏବଂ ୧୫୦ ରୁ ୧୬୦ ଜଣ ସରକାରୀ କଲେଜରେ MBBS ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ବା ସମ୍ଭାବନା ସୃଷ୍ଟି କରିଥିବା ଆଜି କଲେଜ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ କଲେଜ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏନେଇ ବାପା ଓ ମା'ଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, ଗୁରୁଜନ ତଥା ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଶୁଭେଚ୍ଛା ଓ ଆଶିର୍ବାଦ ଦେବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+