ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ଓଡ଼ିଶା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦିନ ୧୦ଟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯିବେ ନବୀନ ନିବାସ ।
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦିନ ୧୦ଟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯିବେ ନବୀନ ନିବାସ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବେ ।

ତେବେ ଏହା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ବିଭିନ୍ନ ଦଳର ବିଧାୟକଙ୍କୁ ବିଜେଡି ନେତାମାନେ ସାକ୍ଷାତ କରି ତାଙ୍କୁ ଭୋଟ ଦେବାକୁ କହୁଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏଠାରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ।
ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରିବା ପରେ ସେ ସମର୍ଥନ ଜଣାଇବୋ ବୋଲି କହିଥିଲେ । ସେପଟେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପାଇଁ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଣବ ପ୍ରକାଶ ଦାସ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଅନୁରୋଧ କରିଥିଲେ ।












Click it and Unblock the Notifications